ଓଡ଼ିଶା

ବିକାଶକୁ ନେଇ ସାରା ରାଜ୍ୟରେ ଚାଲିଛି ଫଳକ ରାଜନୀତି

ବାଙ୍କୀ: ବିକାଶକୁ ନେଇ ସାରା ରାଜ୍ୟରେ ଚାଲିଛି ଫଳକ ରାଜନୀତି। ଆଉ ବିକାଶ ନାଁରେ ଶାସକ ଓ ବିରୋଧୀଙ୍କ କାଦୁଅ ଫିଙ୍ଗା ରାଜନୀତି ଭିତରେ ପେଷି ହୋଇଗଲେଣି ସାଧାରଣ ଲୋକେ।  ଅତୀତରେ ଯାହା ସବୁ ଲୋକଙ୍କ ସ୍ୱାର୍ଥକୁ ନେଇ ନିର୍ମାଣ କରାଯାଇଥିଲା,  ରକ୍ଷଣା ବେକ୍ଷଣ ଅଭାବରୁ ବିଲୁପ୍ତ ହୋଇସାରିଛି ।

ଦେଖନ୍ତୁ ରାଜା ରାଜୁଡା ଅମଳର ଏଭଳି ଏକ କ୍ଷେତ୍ରୀୟ ମାଟି ରହିଛି ଯେଉଁ ମାଟିର ଐତିହ୍ୟ ପାଇଁ ଦିନେ ଗର୍ବ କରୁଥିଲା କଟକ ଜିଲ୍ଲା ର ବାଙ୍କୀ ସହର। ଯାହାର ଜନ ସଂଖ୍ୟା ପ୍ରାୟ ୨ ଲକ୍ଷ ରୁ ଉର୍ଦ୍ଧ୍ବ । ଯେଉଁ ମାଟିର ଯୋଦ୍ଧା ରହିଥିଲେ ବାଙ୍କୀ ଗଡ଼ର ଵୀରା ରାଣୀ ଶୁକଦେଇ। ଯାହାଙ୍କ ବିଚକ୍ଷଣ ପରାକାଷ୍ଠା ପାଇଁ ବାଙ୍କୀ ମାଟି ନିଜକୁ ଗର୍ବ କରେ। ଏବେ ସେହି ମାଟି ପ୍ରଗତି ଠାରୁ ବହୁ ପଛରେ ରହିଯାଇଛି । ଆଉ ଅବହେଳିତ ଅବସ୍ଥାରେ ରହିଛି । କୃଷିକୁ ନେଇ ଦିନେ ଗର୍ବ ଅନୁଭବ କରିଆସୁଥିବା ଚଷା ପୁଅ ଏବେ ଚାଷ ଠାରୁ ମୁହଁ ଫେରାଇବା ଆରମ୍ଭ କରିଛନ୍ତି ।  ସେପଟେ ପାଠ ପଢ଼ୀ ଶିକ୍ଷିତ ଯୁବକ ନିଜ ଅଞ୍ଚଳ ରେ କାମ ନ ପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ନିର୍ବାଚନ ଆସିଲେ ନେତାଙ୍କ ଠାରୁ ପୁଳା ପୁଳା ପ୍ରତିଶୃତି ମିଳୁଛି ଆଉ ନିର୍ବାଚନ ସରିଗଲେ ଭୋଟରଙ୍କୁ ଦେଇଥିବା ପ୍ରତିଶୃତି ପାଣିରେ ଗାର ପାଲଟୁଛି । ଯଦିଓ ରାଜ୍ୟରେ କୃଷି ପ୍ରବଣ ଅଂଚଳ ଭାବେ ବାଙ୍କୀ ର ସ୍ଥାନ ରହିଛି। କିନ୍ତୁ ଚାଷୀ ମାନଙ୍କ ସ୍ୱାର୍ଥ କୁ ନେଇ କୌଣସି ସୁବିଧା କରାଯାଇ ନ ଥିବା ଅଭିଯୋଗ ହୋଇଛି । ପୂର୍ବରୁ ଚିନି କଳ ଠାରୁ ଆରମ୍ଭ କରି ଶୀତଳ ଭଣ୍ଡାର ପର୍ଯ୍ୟନ୍ତ ସବୁ କିଛି ରହିଥିଲା । ହେଲେ ରକ୍ଷଣା ବେକ୍ଷଣା ଅଭାବରୁ ତାହା ବିଲୁପ୍ତ ହୋଇସାରିଛି।

ଏତିକିରେ ସରି ଯାଇନି ଚାଷୀଙ୍କ ଦୁଃଖ। ଚାଷ ଜମିକୁ ପାଣି ମଡାଇବା ପାଇଁ ଯେଉଁ ସବୁ ଉଠା ଜଳସେଚନ ପ୍ରକଳ୍ପ ଗୁଡିକ ନିର୍ମାଣ କରାଯାଇଥିଲା , ତାହା ରକ୍ଷଣା ବେକ୍ଷଣା ଅଭାବ ରୁ ଅଚଳ ହୋଇପଡିଛି । ଏପରିକି  ବାଙ୍କୀ ସହରରୁ ରାଜ୍ୟ ତଥା ରାଜ୍ୟ ବାହାରକୁ ଗମନା ଗମନ ପାଇଁ ଯେଉଁ  ସରକାରୀ ବସ ଷ୍ଟାଣ୍ଡ ଟି ଥିଲା । ତାହା ମଧ୍ୟ ରକ୍ଷଣା ବେକ୍ଷଣା ଅଭାବରୁ ବିଲୁପ୍ତ ହୋଇସାରିଛି । ସେପଟେ ନୂତନ ବସ ଷ୍ଟାଣ୍ଡ ନିର୍ମାଣ କୁ ନେଇ ସମସ୍ତ ପ୍ରସ୍ତୁତି ସରିଛି,  ଆଉ ଚାଷୀ ଙ୍କ ସ୍ୱାର୍ଥ କୁ ନେଇ କିଭଳି ଜଳସେଚନ ଠାରୁ ଆରମ୍ବ କରି ଶୀତଳଭଣ୍ଡାର ଓ ଚିନିକଳ ବ୍ୟବସ୍ଥା ହୋଇପାରିବ ସେ ନେଇ ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଛନ୍ତି ସ୍ଥାନୀୟ ଲୋକ ପ୍ରତିନିଧି।

ମନୋଜ କୁମାର ଦଳେଇଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button