ଓଡ଼ିଶା

ବିଦ୍ୟୁତ୍ କାଟ ଉପରେ ବିଧାନସଭା କମିଟି ବୈଠକରେ ଆଲୋଚନା

ରାଜ୍ୟରେ ଶକ୍ତି ସଙ୍କଟ ନେଇ ବିଧାନସଭା କମିଟିର ବୈଠକ। ବିଦ୍ୟୁତ୍ କାଟ ଉପରେ ବୈଠକରେ ଆଲୋଚନା ହୋଇଛି। ଦୁଇଟି କମ୍ପାନୀ ସହ ଚୁକ୍ତି ଅନୁସାରେ ପାୱାର ନ ଦେଇ ହାଇକୋର୍ଟ ରୁ ରହିତା ଦେଶ ଆଣିଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପାୱାର ଦେବାକୁ ରାଜି ହୋଇଛନ୍ତି। ତେଣୁ ବିଦ୍ୟୁତ୍ ସଙ୍କଟ ସାମୟିକ ସମସ୍ୟା ଥିଲା।

 ଦର୍ଲିପାଲି ୟୁନିଟ ଯୋଗୁଁ ବି ସମସ୍ୟା ଉପୁଜିଥିଲା। କିନ୍ତୁ ଶକ୍ତି କ୍ଷେତ୍ରରେ  ଏବେ ବି ଓଡ଼ିଶା ବଳକା ରାଜ୍ୟ। ୩୩/୧୧ କେଭି ସଂଯୋଗ କୁ ତଦାରଖ ପାଇଁ ସିଷ୍ଟମ ଥିଲେ ବି ୩୩/୧୧ ତଳକୁ ସଂଯୋଗ ର ତଦାରଖ ପାଇଁ ଡିଭାଇସ ନାହିଁ। ଯାହା ଫଳରେ ଗାଁ ଗହଳିରେ ଶକ୍ତି ସମସ୍ୟା ମନିଟର କରିବାକୁ ସମସ୍ୟା ଉପୁଜିଛି। ଏଥିପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି। ଏବେ ସଙ୍କଟ ସାମୟିକ ଭାବେ ଥିଲେ ବି ଭବିଷ୍ୟତରେ କିପରି ସମସ୍ୟା ନ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ବୈଠକରେ ଆଲୋଚନା ହୋଇଛି। ସମସ୍ୟାର ତଦାରଖ ପାଇ ୪ ଟା ସବ କମିଟି କରାଯାଇଛି। କମିଟି ବିଭିନ୍ନ ସ୍ଥାନ  ପରିଦର୍ଶନ କରି ରିପୋର୍ଟ ଦେବ।

Leave a Reply

Your email address will not be published.

Back to top button