ବାଲେଶ୍ୱର ସୋର ବ୍ଲକ ସାଜନପୁର ପଂଚାୟତ ଶିରାପୁର ନୋଡାଲ ବିଦ୍ୟାଳୟରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମଧ୍ୟାହ୍ନ ଭୋଜନରେ ବାହାରିଲା ଝିଟିପିଟି। ଶିରାପୁର ନୋଡାଲ ବିଦ୍ୟାଳୟରେ ଆଜି ମଧ୍ୟାହ୍ନ ଭୋଜନ ଖାଇ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି। ତେବେ ସମସ୍ତ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ସୋର ଡାକ୍ତରଖନାରେ ଭର୍ତ୍ତି କରାଯାଇଛି। ମଧ୍ୟାହ୍ନରେ ୩ଶହ ପିଲାଙ୍କୁ ଡ଼ାଲି ଓ ଭାତ ଖାଇବାକୁ ଦିଆଯାଇଥିଲା। କିଛି ସମୟ ପରେ ଖାଦ୍ୟ ରେ ଝିଟିପିଟି ପଡ଼ିଥିବା ଦେଖିବା ପରେ ବିଦ୍ୟାଳୟରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ବନ୍ଦ କରାଯାଇଥିଲା। ପରେ କେତେଜଣ ପିଲାଙ୍କ ପେଟ କାଟିବା ସହ ଛାତିରେ ଯନ୍ତ୍ରଣା ଅନୁଭବ କରି ଅସୁସ୍ଥ ହୋଇପଡିଥିଲେ। ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଓ କମିଟି ମେମ୍ବର ମାନେ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତି କରାଇଥିଲେ । ଖବରପାଇ ସୋର ବିଧାୟକ ମାଧବ ଧଡ଼ା ପହଞ୍ଚି ପିଲାଙ୍କ କଥା ବୁଝିଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now