ଓଡ଼ିଶା

ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ଛାତ୍ରଛାତ୍ରୀ, ପଦାରେ ପଡିଛି ଶିକ୍ଷା ବ୍ୟବସ୍ଥାର କେଳେଙ୍କାରୀ

ସରିଲା ମାଟ୍ରିକ ପରୀକ୍ଷା । ହେଲେ ତୁଟୁନି ପରୀକ୍ଷାରେ ଅନୁପସ୍ଥିତ ୪୬ ହଜାର ଛାତ୍ରଛାତ୍ରୀଙ୍କୁ ନେଇ ବିବାଦ । ଗୋଟିଏ ପଟେ ଏ ପ୍ରସଙ୍ଗରେ ବୋର୍ଡ କତ୍ତୃପକ୍ଷ ମୁହଁ ଖୋଲୁନଥିବା ବେଳେ କେଉଁ କାରଣରୁ ଏତେ ସଂଖ୍ୟକ ଛତ୍ରଛାତ୍ରୀ ଅନୁପସ୍ଥିତ ରହିଲେ, ସେନେଇ ତଦନ୍ତ କରିବାକୁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ସେପଟେ ଏହି ମାମଲାରେ ଶିକ୍ଷା ଅଧିକାରୀଙ୍କୁ ଦାୟୀ କରିଛନ୍ତି ଶିକ୍ଷାବିତ୍ । କୁଆଡେ ଗଲେ ୪୬ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ।

ମାଟ୍ରିକ ପରୀକ୍ଷାରେ ଏତେ ସଂଖ୍ୟାକ ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତିକୁ ନେଇ ଏବେ ଉଠିଛି ବିବାଦ । ଚଳିତ ବର୍ଷ ମାଟ୍ରିକରେ ୫ଲକ୍ଷ ୮୫ହଜାର ୭୦୦  ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ୪୬ ହଜାର ପିଲାଙ୍କ ଅନୁପସ୍ଥିତ ରହିଛନ୍ତି। ଯାହାକୁ ନେଇ ଏବେ  ସନ୍ଦେହ ଘେରକୁ ଆସିଛି ଶିକ୍ଷା ବିଭାଗ । ଏହାରି ଭିତରେ କିଭଳି ଓ କେଉଁ ପରିସ୍ଥିତିରେ ଏତେ ସଂଖ୍ୟକ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଲେ ତାହାର ତଦନ୍ତ କରିବା ଲାଗି ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଶୁଣଁନ୍ତୁ ଏନେଇ କଣ କହିଛନ୍ତି ବିଭାଗୀୟ ମନ୍ତ୍ରୀ ।

ବୋର୍ଡ ପରୀକ୍ଷାରେ ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତି ଶିକ୍ଷା ବ୍ୟବସ୍ଥାର କେଳେଙ୍କାରୀକୁ ପଦାରେ ପକାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି  ଯଦି ସମ୍ମିଟିଭ ୧ ରେ ଏତେ ସଂଖ୍ୟକ ପିଲା ଅନୁପସ୍ଥିତ ଥିଲେ ତେବେ କାହିଁକି ତଥ୍ୟ ଲୁଚାଇଥିଲେ ବୋର୍ଡ଼ କତ୍ତୃପକ୍ଷ । ତାହାକୁ ନେଇ ଉଠିଛି ଏବେ ବଡ଼ ପ୍ରଶ୍ନ । ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଆବଶ୍ୟକ ଠାରୁ କମ ରହିଲେ ବିଦ୍ୟାଳୟ ସମ୍ମିଶ୍ରଣ ତଥା ସରକାରୀ ସ୍ୱୀକୃତି ପାଇବାର ଅସୁବିଧାକୁ ଦୁରେଇବା ପାଇଁ  କରାଯାଇଛି ଏଭଳି ଚଞ୍ଚକତା । କେବଳ ସେତିକି ନୁହେଁ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଆସିଥିବା ସରକାରୀ ଯୋଜନାର ଲାଭ ହାତେଇବାକୁ ହୋଇଛି ଏଭଳି ଯୋଜନା। କେବଳ ବୋର୍ଡ଼ ନୁହେଁ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ବ୍ଲକ ଶିକ୍ଷା ଅଧିକାରୀ ମଧ୍ୟ ଏଥିପାଇଁ ଦାୟୀ ବୋଲି କହିଛନ୍ତି ବରିଷ୍ଠ ଶିକ୍ଷାବିତ ସତ୍ୟକାମ ମିଶ୍ର ।

ବୋର୍ଡ ପରୀକ୍ଷାରେ ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତି ଶିକ୍ଷା ବ୍ୟବସ୍ଥାର କେଳେଙ୍କାରୀକୁ ପଦାରେ ପକାଇଛି । ଏହି ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ହେଲେ ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ସାଧାରଣରେ ଦାବି ଜୋର ଧରିଛି ।

Leave a Reply

Your email address will not be published.

Back to top button