ରତ୍ନଭଣ୍ଡାର ମରାମତି ନେଇ ତଦାରଖ କମିଟି ବୈଠକ ଶେଷ ହୋଇଛି । ବୈଠକରେ ଏଏସଆଇ ଓ ୧୫ଜଣିଆ ଉଚ୍ଚସ୍ତରୀୟ କମିଟି ସହ ଆଲୋଚନା ପରେ ବିଭିନ୍ନ ମତକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଛି। ମରାମତି ପୂର୍ବରୁ ଆଲମିରା, ସିନ୍ଧୁକର ସ୍ଥାନାନ୍ତର କରାଯିବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ କକ୍ଷ ନିର୍ଦ୍ଧାରଣ କରିବେ। ଖାଲି ଆଲମିରା ଏବଂ ସିନ୍ଧୁକ ସ୍ଥାନାନ୍ତର ହେବ। ଉନ୍ନତ ଟେକ୍ନୋଲୋଜି ପ୍ରୟୋଗ ପାଇଁ ପରିଚାଳନା କମିଟିକୁ ଅନୁମୋଦନ କରାଗଲା। ପରିଚାଳନା କମିଟି ନିଷ୍ପତ୍ତି କରି ସରକାରଙ୍କୁ ପଠେଇବେ। ଦୀର୍ଘ ସମୟ ପାଇଁ ମରାମତି କରାଯିବ ବୋଲି କହିଛନ୍ତି ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ।
Naxatra News is now on Whatsapp
Join and get latest news update delivered to you via whatsapp
Join Now