ବର୍ଷାକୁ ନେଇ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତିଙ୍କ ପ୍ରତିକ୍ରିୟା । ରାଜ୍ୟରେ ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି ଭକ୍ତ ରଞ୍ଜନ ମହାନ୍ତିl ହେଲେ ଗଞ୍ଜାମ, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରେ ପ୍ରଚୁର ବର୍ଷା ହୋଇଛି l ଏହା ଖୁସିର କଥା ଯେ ଜଳଭଣ୍ଡାର ସ୍ଥିତି ବଢିଛି l ଗତକାଲି ସୁଦ୍ଧା ଜଳଭଣ୍ଡାର ସ୍ଥିତି ଠିକ ନଥିଲା l ଏହି ବର୍ଷା ଭଲ l ପାହାଡିଆ ଅଂଚଳରେ ଫ୍ଲାସ ଫ୍ଲଡ ହୋଇଛି l କାରଣ ମାଲକାନଗିରିର ବହୁତ ସ୍ଥାନରେ ୨୦୦ରୁ ୨୨୧ ମିଲିମିଟର ବର୍ଷା ହୋଇଛି l ତେଣୁ ସେଠି ରାସ୍ତା ବୁଡିଛି l ଗତବର୍ଷ ବାଲିମେଳା ଜଳଭଣ୍ଡାରରେ ଯାହା ସ୍ଥିତି ଥିଲା, ତାହା ବର୍ଷା ଯୋଗୁଁ ତିନି ଫୁଟ ବଢିଛି l ଇନ୍ଦ୍ରାବତୀରେ ଏବେ ୧୪% ପାଣି ଅଛି l ଗତବର୍ଷ ଏହି ସମୟରେ ୨୧% ଥିଲା l ହୀରାକୁଦ ଜଳଭଣ୍ଡାର ସ୍ଥିତି ଭଲ ନାହିଁ l ଏବେବି ୧୧ ଫୁଟ ତଳେ ରହିଛି l ରେଙ୍ଗାଲି ବ୍ରାହ୍ମଣୀ ଜଳଭଣ୍ଡାର ଏବେ ୨ ମିଟର କମ ଅଛି l ଆଗାମୀ ଦୁଇ ଦିନରେ ଯେଉଁ ବର୍ଷା ହେବ, ଜଳଭଣ୍ଡାର ସ୍ଥିତି ଭଲ ହେବ l ବୈତରଣୀ, ବ୍ରାହ୍ମଣୀ ବେସିନରେ ବର୍ଷା ଅଛି l ଜଳଭଣ୍ଡାର ସ୍ଥିତି ସୁଧୁରିବାର ଗୋଟେ ହିଁ ଉପାୟ ବର୍ଷା l ଜୁନ ୧ ତାରିଖରୁ ସବୁଠାରେ ଫ୍ଲଡ କଣ୍ଟ୍ରଲ ରୁମ ଖୋଲା ଯାଇଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now