ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦିକା ହେଲେ ସୁଶ୍ରୀ ମନ୍ଦାକିନୀ ବାଣୁଆଁ

Spread the love

ଭବାନୀପାଟଣା : ଭବାନୀପାଟଣା ରାଜ୍ୟ ଯୁବ କଂଗ୍ରେସର ସାଧାରଣ ସମ୍ପାଦିକା ଭାବେ ନିର୍ବାଚିତ ହୋଇଛନ୍ତି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ମନ୍ଦାକିନୀ ବାଣୁଆଁ । ନିର୍ବାଚନ ପ୍ରକ୍ରିୟା ପୂର୍ବରୁ ଶେଷ ହୋଇଥିବା ବେଳେ ମଙ୍ଗଳବାର ଉକ୍ତ ନିର୍ବାଚନର ଫଳାଫଳ ଘୋଷଣା କରିଛନ୍ତି ଜାତୀୟ ଯୁବ କଂଗ୍ରେସର ନିର୍ବାଚନ ଅଧିକାରୀ ।

ଏହା ପୂର୍ବରୁ ସୁଶ୍ରୀ ମନ୍ଦାକିନୀ ବାଣୁଆଁ ଜିଲ୍ଲା ଯୁବକଂଗ୍ରେସର ଉପ ସଭାନେତ୍ରୀ, ଭାବେ ଦାୟିତ୍ଵ ତୁଲାଇ ଆସିଛନ୍ତି । ୨୦୨୩ ପୌର ନିର୍ବାଚନରେ ସେ ମୁନିସିପାଲିଟିରେ ପୌରଦ୍ଧକ୍ଷା ପଦ ପାଇଁ ନିର୍ବାଚନ ଲଢ଼ିଥିଲେ। ଯୁବ କଂଗ୍ରେସର ସାଧାରଣ ସମ୍ପାଦିକା ଭାବେ ନିର୍ବାଚିତ ହେବା ପରେ ସେ ଆଗାମୀ ଦିନରେ ଓଡିଶାର ଯୁବକ ଓ ଯୁବତୀ ମାନଙ୍କ ନାର୍ଯ୍ୟ ଦାବି ପାଇଁ ଲଢେଇ ଜାରି ରଖିବା ସହ ଯୁବକମାନଙ୍କୁ କଂଗ୍ରେସ ପ୍ରତି ଆକୃଷ୍ଟ କରାଇ ତୃଣମୂଳ ସ୍ତରରେ ଦଳକୁ ମଜବୁତ କରିବେ ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଏହି ଖବର ଶୁଣିବା ପରେ ତାଙ୍କ ସମର୍ଥକ ଓ ଅଞ୍ଚଳ ବାସି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏହି ନିର୍ବାଚନରେ ତାଙ୍କୁ ସହଯୋଗ କରିଥିବା ସମସ୍ତ ଯୁବବନ୍ଧୁଙ୍କୁ ସେ ଧନ୍ୟବାଦ ଦେବା ସହ କଂଗ୍ରେସର ନେତୃବୃନ୍ଦମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଏହି ପଦବି ପାଇଁ ଗତ ଏପ୍ରିଲ ମାସରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଚଳିତ ମାସ ୨୫ ତାରିଖରେ ଏହାର ଫଳାଫଳ ଘୋଷଣା କରାଯାଇଛି । ୩୬୪୯ ଖଣ୍ଡ ଭୋଟ ପାଇ ସେ ବିଜୟ ହୋଇଛନ୍ତି।

Leave a Reply

Your email address will not be published. Required fields are marked *