ସୁରମା ପାଢୀ ବାଚସ୍ପତି

Spread the love

ବାଚସ୍ପତି ହେବେ ରଣପୁର ବିଧାୟିକା ସୁରମା ପାଢୀ ।ଭାରତୀୟ ଜନତା ପାର୍ଟିର ଜଣେ ସକ୍ରିୟ ନାରୀନେତ୍ରୀ ଭାବେ ବେଶ ଜଣାଶୁଣା ସୁରମା । ୧୯୮୮ରେ ଭାରତୀୟ ଜନତା ପାର୍ଟୀରେ ଯୋଗ ଦେଇଥିଲେ । ୧୯୯୮ ମସିହାରେ ଭାରତୀୟ ଜନତା ପାର୍ଟୀ ରାଜ୍ୟ ମହିଳା ମୋର୍ଚ୍ଚାର ସଭାପତି ଭାବରେ କାଯ୍ୟ ଆରମ୍ଭ କରିଥିଲେ । ପୂର୍ବତନ ସମବାୟ ମନ୍ତ୍ରୀ ଭାବରେ ବି ତୁଲାଛନ୍ତି ଦାୟିତ୍ବ । ବିଜେପିର ବିଭିନ୍ନ ପଦବୀରେ ରହି ଦାୟିତ୍ବ ତୁଲାଇଛନ୍ତି । ୨୦୦୪ରେ ସୁରମା ଓଡିଶା ନିର୍ବାଚନରେ ଭାରତୀୟ ଜନତା ପାର୍ଟୀରୁ ପ୍ରତିନିଧିତ୍ବ କରି ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଲଢିଥିଲେ । ୨୦୨୪ରେ ପ୍ରଥମଥର ଓଡିଶାରେ ସରକାର କରିଛି ବିଜେପି । ତେବେ ଭାଜପା ବାଚସ୍ପତି ଦାୟିତ୍ବ ସୁରମା ପାଢୀଙ୍କୁ ଦିଆଯାଇଛି ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *