ବଜ୍ରାଘାତରେ ଜଣେ ମୃତ, ୩ ଗୁରୁତର

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ବାରିପଦା ସଦର ଥାନା ଅଧୀନ ରଜାବସା ପଞ୍ଚାୟତ ଅନ୍ତର୍ଗତ ବାଉରା ଗ୍ରାମରେ ଅଭାବନୀୟ ଘଟଣା । ବଜ୍ରାଘାତରେ ଜଣେ ମୃତ ୩ ଗୁରୁତର । ତେବେ ବିଶ୍ୱକର୍ମା ପୂଜା ଅବସରରେ ଫୁଟବଲ ମ୍ୟାଚ ଚାଲିଥିଲା ବେଳେ ଏହି ଅଘଟଣ ଘଟିଛି ।

ବାରିପଦା ସଦର ଥାନା ଅଧୀନ ରଜାବସା ପଞ୍ଚାୟତ ଅନ୍ତର୍ଗତ ବାଉରା ଗ୍ରାମରେ ବିଶ୍ବକର୍ମା ପୂଜା ଅବସରରେ ଏକ ଫୁଟବଲ ମ୍ୟାଚ ହେଉଥିଲା। ଏହି ସମୟରେ ବଜ୍ରାଘାତ ହୋଇଥିଲା। ବଜ୍ରାଘାତ ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ  ହେଲେ ଶାଳବଣି ଗ୍ରାମର ଅଶୋକ ମୁର୍ମୁ  ।

ବାରିପଦା ପିଆରଏମ ହସ୍ପିଟାଲରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ଅନ୍ୟ ତିନି ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାର ସୂଚନା।  ବାରିପଦା ସଦର ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବକୁ ହସ୍ପିଟାଲରେ ବ୍ୟବଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *