ୱାସିଙ୍ଗ ମେସିନ୍ ଭିତରୁ ଲୁଟିନେଲେ ୧୨ ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର

Spread the love

ଗୋପ ବ୍ଲକ ଛକ ନିକଟସ୍ଥ ଫଳ ବ୍ୟବସାୟୀଙ୍କ ଘରୁ ଲୁଟ୍ । ୱାସିଙ୍ଗ ମେସିନ୍ ଭିତରୁ ନଗଦ ୧୨ ଲକ୍ଷ ଟଙ୍କା ସହ ଟ୍ରଙ୍କରେ ଥିବା ୪ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ, ଘରେ କେହି ନଥିବାର ସୁଯୋଗ ନେଇ ଦୁବୃର୍ତ୍ତମାନେ କବାଟ ଭାଙ୍ଗି ଟଙ୍କା ସହ ସୁନା ରୂପା ଅଳଂକାର ଲୁଟି ନେଇଛନ୍ତି । ପରେ ଫଳ ବ୍ୟବସାୟୀ ଘରକୁ ଫେରିବା ପରେ ଏପରି ଡକାୟତି ସଂପର୍କରେ ଜାଣିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ରାତିରେ ଗୋପ ଥାନାକୁ ଅଭିଯୋଗ କରିବାକୁ ଆସିବା ସମୟରେ ଥାନାରେ କେହି ନ ଥିବାରୁ ଶେଷରେ ପୋଲିସକୁ ଫୋନ କରିଥିଲେ । ମାତ୍ର କୌଣସି କାର୍ଯାନୁଷ୍ଠାନ ହୋଇ ନଥିବାରୁ ଆଜି ସକାଳୁ ଗୋପ ଥାନାରେ ଅଭିଯୋଗ କରିଛନ୍ତି ଫଳ ବ୍ୟବସାୟୀ ରବୀନ୍ଦ୍ର ସାହୁ।

Leave a Reply

Your email address will not be published. Required fields are marked *