ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୪.୬ ମି.ମି. ବର୍ଷା ରେକର୍ଡ : ସ୍ଵାଭାବିକ୍ ବର୍ଷା ୧୦ ମି.ମି. ତୁଳନାରେ ୪୬ ପ୍ରତିଶତ ଅଧିକ

Spread the love

ଭୁବନେଶ୍ଵର : ଗତକାଲିର ଘୁର୍ଣ୍ଣିବଳୟ ଆଜି ଗାଙ୍ଗେୟ-ପଶ୍ଚିମବଙ୍ଗ ଉପତ୍ୟାକା ପାର୍ଶ୍ଵବର୍ତୀ ଉତର ଓଡିଶା ଅଞ୍ଚଳରେ ବାୟୁମଣ୍ଡଳର ୧.୫ ରୁ ୭.୬ କି.ମି. ମଧ୍ୟରେ ସକ୍ରିୟ ରହିଛି ।

ଗତ ୨୪ ଘଣ୍ଟାରେ ରାଜ୍ୟରେ ମୌସୁମୀ ପ୍ରବାହ ସ୍ଵାଭାବିକ୍ ଥିବାବେଳେ ପୁରା ରାଜ୍ୟରେ ୧୪.୬ ମି.ମି. ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ଵାଭାବିକ୍ ବର୍ଷା ୧୦ ମି.ମି. ତୁଳନାରେ ୪୬ ପ୍ରତିଶତ ଅଧିକ ରହିଛି ।

ମୌସୁମୀ ନିମ୍ନ ଚାପ ରେଖା ଆଜି ରାଜସ୍ଥାନର ବିକାନରରୁ ବାହାରି, କୋଟା, ରାଇସେନ, ମାଣ୍ଡଲା, ଅମ୍ବିକାପୁର, ଦେଇ ଓଡ଼ିଶାର ବାଲେଶ୍ଵରରୁ ପୂର୍ବ-ଦକ୍ଷିଣ ପୂର୍ବ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *