ଓଡ଼ିଶା

ମା ବିମଳାଙ୍କ ଷୋଡଶ ଦିନାତ୍ମକ ପୂଜା ଲାଗି ଆରମ୍ଭ

ପୁରୀ: ଶ୍ରୀ କ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମା ବିମଳାଙ୍କ ଷୋଡଶ ଦିନାତ୍ମକ ପୂଜା ଲାଗି ଆରମ୍ଭ ହୋଇଛି। ଚଳିତ ବର୍ଷ ବିନା କଟକଣା ରେ ମା ଜଗତ ଜନନୀ ମା ଦୁର୍ଗାଙ୍କ ଆରାଧନା ପାଇଁ ଚଳ ଚଞ୍ଚଳ ଶ୍ରୀକ୍ଷେତ୍ର। ଏଥିଲାଗି ଆଜି ଗଜପତି ମହାରାଜା ସ୍ରୋତ୍ରୀୟ ବ୍ରହ୍ମଣଙ୍କୁ ବରଣ କରିବା ସହ ଷୋଡଶ ଦିନାତ୍ମକ ପୂଜା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ କରାଯାଇଛି।

ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ମା ବିମଳାଙ୍କ ପୀଠରେ ଆଜିଠାରୁ ଆରମ୍ଭ ହୋଇଛି ଷୋଡଶ ଦିନାତ୍ମକ ପୂଜା। ଏହି ଅବସରରେ ଗଜପତିଙ୍କ ଶ୍ରୀନଅରରେ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କୁ ବରଣ କରାଯାଇଛି। ରାଜଗୁରୁ ପୁରୋହିତଙ୍କୁ ଗଜପତି ମହାରାଜାଙ୍କ ଶ୍ରୀହସ୍ତ ଛୁଆଁ ଗୁଆ,ନଡିଆ,ବସ୍ତ୍ର ପ୍ରଦାନ କରିଛନ୍ତି। ଗଜପତିଙ୍କ ପ୍ରତିନିଧି ଭାବେ ରାଜଗୁରୁ ଏହି ଗୁଆ ନଡ଼ିଆ ବ୍ରାହ୍ମଣ ମାନଙ୍କୁ ଦେଇ ବରଣ କରିଥିଲେ । ଶ୍ରୀକ୍ଷେତ୍ର ମଧ୍ୟରେ ଥିବା ବିଭିନ୍ନ ଶକ୍ତୀପୀଠ ଯଥା ଦକ୍ଷିଣକାଳୀ, ଆଲମଚଣ୍ଡୀ ଓ କପିଳେଶ୍ୱରପୁର ଶାସନର ପଞ୍ଚମୁଖୀ ଠାକୁରାଣୀଙ୍କ ପୀଠରେ ଷୋଳପୂଜା ପାଇଁ ପୂଜକ,ଚଣ୍ଡୀପାଠକ ମାନଙ୍କୁ ମଧ୍ୟ ଆଜି ବରଣ କରାଯିବାର ପରମ୍ପରା ରହିଛି । ମୂଳାଷ୍ଟମୀ ଠାରୁ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ହେଉଛି ଶାରଦୀୟ ଦୁର୍ଗାପୂଜା ମହୋତ୍ସବ । ସେ ନେଇ ଆରମ୍ଭ ହୋଇଛି ମା’ଙ୍କର ଷୋଡ଼ଶ ଉପଚାର ପୂଜା ।

ଶାରଦୀୟ ପୂଜା ଅବସରରେ ସର୍ବତ୍ର ମା’ ଦୁର୍ଗାଙ୍କ ପୂଜା ଚାଲୁଥିବା ବେଳେ ଶ୍ରୀମନ୍ଦିରରେ ଦୁର୍ଗାମାଧବ ଏକତ୍ର ଉପାସନାର ପରମ୍ପରା ରହିଛି । ଶ୍ରୀମନ୍ଦିରରେ ମୂଳାଷ୍ଟମୀ ଠାରୁ ଶାକ୍ତ ଓ ଶକ୍ତିଙ୍କ ଉପାସନା ସ୍ୱରୁପ ଦୁର୍ଗାମାଧବଙ୍କୁ ପୂଜାର୍ଚ୍ଚନା କରାଯାଇଛି। ଗତବର୍ଷ ମଳମାସ ପଡ଼ିଥିବାରୁ ୪୫ ଦିନ ହୋଇଥିଲା ଷୋଡ଼ଶ ଦିନାତ୍ମକ ପୂଜା । ହେଲେ ଚଳିତ ବର୍ଷ ମୂଳାଷ୍ଟମୀରୁ ପୂଜା ଆରମ୍ଭ ହୋଇଥିବାବେଳେ ଆସନ୍ତା ୧୧ ତାରିଖରେ ମହାସପ୍ତମୀ, ୧୨ରେ ମହାଷ୍ଟମୀ, ୧୩ରେ ମହନବମୀ ଓ ଅକ୍ଟୋବର ୧୫ରେ ଶ୍ରୀମନ୍ଦିରରେ ଦଶହରା ପାଳିତ ହେବ ।

ଆଜି ମୂଳାଷ୍ଟମୀ ଠାରୁ ଶ୍ରୀ କ୍ଷେତ୍ର ରେ ଶ୍ରୀ ମନ୍ଦିର ରେ ଥିବା ମା ବିମଳା ଙ୍କ ନୀତି କାନ୍ତି ଅନୁଯାଇ ଶ୍ରୀ କ୍ଷେତ୍ର ଥିବା ବିଭିନ୍ନ ଦେବୀ ପୀଠ ମାନଙ୍କ ରେ ସ୍ୱତନ୍ତ୍ର ପୂଜା ନୀତି ଅନୁଷ୍ଠିତ ହୋଇଥାଏ

ପିଣ୍ଟୁ ସାହୁଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button