୧୬ ଜିଲ୍ଲାରୁ ଚିହ୍ନଟ ହେଲେଣି ୧୮୫ ଜଣ ଡେଙ୍ଗୁ ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ମୋଟ ୧୬ ଜିଲ୍ଲାରୁ ୧୮୫ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୬ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଯାଜପୁରରେ ୧୨ , ବାଲେଶ୍ୱରରେ ୧୦ ଏବଂ ଅନ୍ୟାନ୍ୟ ଜିଲ୍ଲାରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଡେଙ୍ଗୁ ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ଏବର୍ଷ ମଧ୍ୟ ଡେଙ୍ଗୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଜୁଲାଇରୁ ସେପ୍ଟେମ୍ବର ମାସରେ ଏହା ବଢିଥାଏ । ପୂର୍ବ ବର୍ଷ ତୁଳନାରେ ଏ ବର୍ଷ ଟେଷ୍ଟିଙ୍ଗ ସଂଖ୍ୟା ଅଧିକ ଓ ପଜିଟିଭ ସଂଖ୍ୟା ବହୁତ କମ୍ ରହିଛି ।

ସେ କହିଛନ୍ତି, ଏବେ ସୁଦ୍ଧା ୧୧,୪୬୪ ଜଣଙ୍କର ଟେଷ୍ଟ କରାଯାଇଛି ସେଥିରୁ ୧୮୫ ଜଣ ପଜିଟିଭ ଅଛନ୍ତି । ଗତବର୍ଷ ଏ ସମୟ ସୁଦ୍ଧା ୫୯୮୧ ଜଣଙ୍କୁ ଟେଷ୍ଟ କରାଯାଇଥିଲା ସେଥିରୁ ୩୫୩ ଜଣ ପଜିଟିଭ ବାହାରିଥିଲେ, ଯାହା ଏବର୍ଷ ତୁଳନାରେ ବହୁତ କମ୍ ଅଛି । ଏଡିସ ମଶା ସାଧାରଣତଃ ସକାଳ ଓ ସନ୍ଧ୍ୟା ସମୟରେ କାମୁଡ଼ନ୍ତି । ଶୋଇବା ଅବସ୍ଥାରେ ନୁହେଁ, ଏଡିସ ମଶାମାନେ ସ୍ୱଚ୍ଛ ନିର୍ମଳ ପାଣିରେ ବଂଶ ବିସ୍ତାର କରନ୍ତି । ଆମକୁ ସେସବୁ ସଫା କରିବାକୁ ହେବ, ଯେଉଁଥିରେ ସେମାନେ ବଂଶ ବିସ୍ତାର କରନ୍ତି । କୁଲର, ଟିଣ, କୁଡୁଆ ଆଦି ଜିନିଷରେ ପାଣି ଜମିବାକୁ ଦେବା ନାହିଁ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ଏମ୍ସ ହସ୍ପିଟାଲରେ ଡେଙ୍ଗୁର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି ବୋଲି ସେ କହିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *