ଓଡ଼ିଶା

ଗଞ୍ଜାମ ଜିଲ୍ଲାର ୧୧ ଶିକ୍ଷାନୁଷ୍ଠାନର ଚେହେରା ବଦଳିବ , ଖର୍ଚ୍ଚ ହେବ ୯ କୋଟି ଟଙ୍କା

ଭୁବନେଶ୍ୱର : ସ୍କୁଲ ଭଳି କଲେଜର ଆରମ୍ଭ ହୋଇଛି ରୂପାନ୍ତରୀକରଣ । ଏଥିପାଇଁ ‘ମୋ କଲେଜ’ ଅଭିଯାନରେ ସାମିଲ ହୋଇ ୫-ଟି ରୂପାନ୍ତରୀକରଣ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ୧୧ଟି ଶିକ୍ଷାନୁଷ୍ଠାନର ବିକାଶ ହେବ । ଗଞ୍ଜାମ ଜିଲ୍ଲାର ୮ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ୩ଟି ଡିଗ୍ରୀ କଲେଜର ରୂପାନ୍ତରୀକରଣ ପାଇଁ ରୁଙ୍ଗଟା ସନସ ପ୍ରାଇଭେଟ ଲିମିଟେଡର ସିଏସଆର ଫଣ୍ଡରୁ ୪ କୋଟି ୫୦ ଲକ୍ଷ ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳଙ୍କ ତତ୍ୱାବଧାନରେ ଏହି ଅର୍ଥ କଲେଜର ଉନ୍ନତିକରଣ ପାଇଁ ଆସିଛି । ଏହାପରେ କଲେଜରେ ବିଭିନ୍ନ ପ୍ରକଳ୍ପ ପାଇଁ ଏହି ଅର୍ଥରାଶିର ଦୁଇଗୁଣା ଅର୍ଥ ୯ କୋଟି ଟଙ୍କା ସରକାରଙ୍କ ଅନୁମୋଦନ ପରେ ‘ମୋ କଲେଜ’ ଅଭିଯାନର ପକ୍ଷରୁ ପ୍ରଦାନ କରାଯାଇଛି । ଏହି ଅର୍ଥରାଶିରେ ଗଞ୍ଜାମ ହିଞ୍ଜିଳିକାଟୁ ବ୍ଲକ ର ଗନ୍ଦଳା-ବେଲଗାମସ୍ଥିତ ଶ୍ରୀ ବେଲେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପୋଚିଲିମାସ୍ଥିତ ଖମ୍ବେୟା ଦୋରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କଞ୍ଚୁରୁସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସାସନସ୍ଥିତ ଓଏଭିଏସ ହିଞ୍ଜିଳିକାଟୁ, ଏବଂ ଗନ୍ଦଳା-ବେଲଗାମସ୍ଥିତ ଶ୍ରୀ ବାଲେଶ୍ୱର ଡିଗ୍ରୀ ମହାବିଦ୍ୟାଳୟ, ହିଞ୍ଜିଳିକାଟୁ ମୁନିସପାଲିଟିର ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ବିଜ୍ଞାନ ମହାବିଦ୍ୟାଳୟ, ଶେରଗଡ ବ୍ଲକ ର ପିତଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଉଦୟ ପ୍ରତାପ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସେରଗଡ ଓଏଭି, ଏବଂ ଉଦୟ ପ୍ରତାପ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟର ଉନ୍ନତି କରାଯିବ । ଏହି ସବୁ ଉଚ୍ଚ ମାଧ୍ୟମିକ ସ୍କୁଲ ଓ ମହାବିଦ୍ୟାଳୟରେ ସ୍ମାର୍ଟଶ୍ରେଣୀଗୃହ ନିର୍ମାଣ, ପୁରୁଣା ଶ୍ରେଣୀଗୃହର ଉନ୍ନତିକରଣ, ନୂଆ ଅଡିଟୋରିୟମ, କମନ ରୁମ ପ୍ରତିଷ୍ଠା, ଛାତ୍ର ଓ ଛାତ୍ରୀଙ୍କ ପାଇଁ ଶୌଚାଳୟ କରାଯିବ । ଏହା ସହ ଇ-ଲାଇବ୍ରେରୀ, କଲେଜ କ୍ୟାମ୍ପସ ର ସୌନ୍ଦର୍ଯ୍ୟକରଣ ସାଙ୍ଗକୁ କଲେଜରେ ବାସ୍କେଟବଲ, ଭଲିବଲ କୋର୍ଟ ତିଆରି ହେବ ।

Leave a Reply

Your email address will not be published.

Back to top button