ପଣସବୋଝେଇ ପିକଅପ ଓଲଟି ଡ୍ରାଇଭର ସମେତ ୨ମୃତ ୧୩ ଆହତ

Spread the love

ମୁଖୀଗୁଡା : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକଅନ୍ତର୍ଗତ ଢୁଲୁ ଘାଟି ନିକଟରେ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହେବାରୁ ଘଟଣାସ୍ଥଳରେ ଜଣେ ମହିଳାଙ୍କ ସହିତ ଡ୍ରାଇଭରଙ୍କ ମୃତ୍ୟୁ ଥିବା ବେଳେ ୮ଜଣ ଆହତଙ୍କୁ ଜୟପାଟଣା ଡାକ୍ତରଖାନା କୁ ଅଣାଯାଇ ଥିବାବେଳେ ୫ ଜଣଙ୍କୁ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଡାକ୍ତରଖାନ।କୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲା ପାତ୍ରପୁଟ ପଞ୍ଚାୟତ ଟିମନପୁରଗାଁର ୧୨ ଜଣ ଏବଂ ଗୁଡରାଗାଁର ୨ ଜଣ ଏକ ପିକଅପ ନମ୍ବର ଓଡି ୨୪ ଏଫ ୪୭୮୪ ରେ ପଣସ ବୋଝେଇ କରି ଜୟପାଟଣାକୁ ବାହୁଡାଯାତ୍ରାରେ ବିକ୍ରି କରିବାକୁ ଆସୁଥିବା ବେଳେ ଥିଲେ ଢୁଲୁ ଘାଟି ନିକଟରେ ରେ ପିକଅପ ଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇ ଥିଲା। ଡ୍ରାଇଭର ଜଳସିଂ ଗଉଡ଼(୩୫) ଏବଂ ତିମନପୁରଗାଁର ମୁକ୍ତା ପୁଝାରି(୩୫)ଙ୍କ ମୃତ୍ୟୁ ଘଟିଥିବା ବେଳେ ପର୍ଶୁରାମ ଚଲାନ ( ୪୫)ତୁଲସୀ ଚଲାନ(୪୦), ଘାସିରାମ ନାଏକ, ଲଳିତା ନାଏକ( ୫୫) ମକରନ୍ଦ ପାଇକ (୧୬), ଭୋଲାଶଙ୍କର ଚଲାନ (୧୦)ପ୍ରମିଳା ପୁଝାରୀ (୩୦), ପଦ୍ମନ ପୁଝାରୀ(୧୩ ) ଙ୍କୁ ଚିକିତ୍ସା ପାଇଁ ଜୟପାଟଣା ଡାକ୍ତରଖାନାକୁ ଅଣାଯାଇଛି । ଅନ୍ୟ ୫ଜଣଙ୍କୁ ତେନ୍ତୁଳିଖୁଣ୍ଟି ଡାକ୍ତର ଖାନା କୁ ଚିକିତ୍ସା ପାଇଁ ନିଆ ଯାଇଥିବା ସୂଚନା ମିଳିଛି । ଜୟପାଟଣ। ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *