ବିଦ୍ୟାଳୟରେ ବନ୍ୟାପାଣି ପଶି ନଷ୍ଟ ହେଲା ୨ କ୍ଵିଣ୍ଟାଲ ମଧ୍ୟାହ୍ନ ଭୋଜନ ଚାଉଳ ; ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ପାଣିରେ ଭିଜିଲା

Spread the love

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ କେଦରିଆପାଲି ଗ୍ରାମପଞ୍ଚାୟତର ବାରଝୁଲା ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନ୍ୟାପାଣି ପଶି ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଫଳରେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପାଇଁ ମହଜୁଦ ଥିବା ପ୍ରାୟ ୨ କ୍ଵିଣ୍ଟାଲ ଚାଉଳ ଏବଂ ଅଫିସ୍ ର ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ପାଣିରେ ଭିଜି ନଷ୍ଟ ହୋଇଯାଇଛି । ବିଦ୍ୟାଳୟ ପକ୍ଷରୁ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ରିପୋର୍ଟ କରାଯାଇଛି ।

ପ୍ରକାଶ ଥାଉକି, ଗତ ୧ ଓ ୨ ତାରିଖରେ ଲଗାଣ ବର୍ଷା ସାଙ୍ଗକୁ ମହାନଦୀ ଏବଂ ଏହାର ଉପନଦୀ ଗୁଡିକରେ ବନ୍ୟା ଆସିବା ଫଳରେ ଗ୍ରାମରେ ପାଣି ପଶି ଯାଇଥିଲା ।

Leave a Reply

Your email address will not be published. Required fields are marked *