ଓଡ଼ିଶା

କୃଷ୍ଣ, ବାବୁଙ୍କୁ ତଡିପାର କଲା କମିଶନରେଟ ପୁଲିସ

ଭୁବନେଶ୍ବର: ସହରରେ ଅପରାଧ ନିୟନ୍ତ୍ରଣ କରିବାକୁ ଓ ଅପରାଧ କମାଇବାକୁ କମିଶନରେଟ ପୁଲିସ ପକ୍ଷରୁ ଆରମ୍ଭ ହୋଇଛି ସ୍ପେସାଲ ୱାରେଣ୍ଟ ଡ୍ରାଇଭ। ଏହି ଡ୍ରାଇଭ ୧୫ ଅକ୍ଟୋବରରୁ ୨୨ ଅକ୍ଟୋବର ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ମୋଟ ୧୧୪ ଜଣ ୱାରେଣ୍ଟିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ସହରରେ ବୃଦ୍ଧି ପାଉଥିବା ଅପରାଧ ରୋକିବାକୁ ଭୁବନେଶ୍ବର ସହରାଞ୍ଚଳ ପୁଲିସ ଜିଲ୍ଲା ପକ୍ଷରୁ ଅନେକ ସମୟରେ ବିଭିନ୍ନ ଚଢାଉ ଜାରି ରହିଛି। ଚଢାଉରେ ବହୁ ପେଷାଦାର, ଦୁର୍ଦାନ୍ତ ଓ ଫେରାର ଅପରାଧୀଙ୍କୁ କାବୁ କରୁଛି ପୁଲିସ। ଫେରାର ଅପରାଧୀଙ୍କ ବିରୋଧରେ ମଧ୍ୟ ପୁଲିସ କୋର୍ଟରୁ ୱାରେଣ୍ଟ ଜାରି କରାଉଛି। କୋର୍ଟଙ୍କ ୱାରେଣ୍ଟ ଉପରେ ପୁଲିସ ପକ୍ଷରୁ ଆରମ୍ଭ ହୋଇଛି ସ୍ପେସାଲ ଡ୍ରାଇଭ, ଯାହାର ନାମ ରଖାଯାଇଛି ସ୍ପେସାଲ ୱାରେଣ୍ଟ ଡ୍ରାଇଭ।

ଗତ ୧୫ରୁ ୨୨ ମଧ୍ୟରେ ଏହି ଡ୍ରାଇଭ ଅନ୍ତର୍ଗତ କମିଶନରେଟ ପୁଲିସ ମୋଟ ୧୧୪ ଜଣ ୱାରେଣ୍ଟିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ୮୨ଟି ୱାରେଣ୍ଟକୁ ଫେରାଇ ନେଇଛି ଓ ଅନ୍ୟାନ୍ୟ କାରଣରୁ ୫୮ଟି ୱାରେଣ୍ଟକୁ କୋର୍ଟଙ୍କୁ ହସ୍ତାନ୍ତର କରିଛି। ଏହି କ୍ରମରେ ଜାନୁଆରୁ ୧ ତାରିଖରୁ ସେପ୍ଟେମ୍ବର ମାସ ୩୦ ତାରିଖ ଭିତରେ ୩୨୨ ଜଣ ୱାରେଣ୍ଟିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ସେହିପରି ସହରରେ ଶାନ୍ତି ବଜାୟ ରଖିବାକୁ କମିଶେନରଟ୍ ପୁଲିସ ତରଫରୁ ୨ଦୁର୍ଦ୍ଧାନ୍ତ, ଅଭ୍ୟାସଗତ ପେଷାଦାର ଅପରାଧୀଙ୍କୁ ତଡିପାର ଘୋଷଣା କରାଯାଇଛି। ସେମାନେ ହେଲେ ପାତ୍ରପଡା ଅଞ୍ଚଳର କ୍ରିଷ୍ଣା ସିଂ ଓ ଲକ୍ଷ୍ମୀସାଗର ଅଞ୍ଚଳର ବାବୁ ପ୍ରଧାନ।  ଏକ ବର୍ଷ ପର୍ଯ୍ୟନ୍ତ  ଉଭୟଙ୍କୁ ତଡିପାର (Externment)ଆଦେଶ ଜାରି କରାଯାଇଛି।  ଏହି ନିର୍ଦ୍ଧେଶକୁ ଅବମାନନା କଲେ  ସେମାନଙ୍କ  ବିରୁଧରେ  କଠୋର  ରୁ କଠୋରତର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି l

 ଅଚାନକ  କମିଶନରେଟ  ପୋଲିସର ଏହି ବିଜ୍ଞପ୍ତି ଅନେକ ଅପରାଧୀଙ୍କ ମୁଣ୍ଡରେ ଚଡ଼କ ପକାଇଛି  l

Leave a Reply

Your email address will not be published.

Back to top button