ଓଡ଼ିଶା

ପାଗଳ ମାଙ୍କଡ଼ ଆକ୍ରମଣରେ ୨୦ରୁ  ଊର୍ଦ୍ଧ୍ବ ଆହତ

ଯାଜପୁର: ପାଗଳ ମାଙ୍କଡ଼ ଆକ୍ରମଣରେ ଗ୍ରାମବାସୀ ଅତିଷ୍ଠ। ଗାଁର ୨୦ରୁ ଅଧିକ ଲୋକ ଆହତ ହେଲେଣି। ମାଙ୍କଡ଼ ଭୟରେ ଯାଜପୁର ବିଜିପୁର ଓ ଇନ୍ଦାସ ଗାଁରେ ତାଟି କବାଟ ପଡି ଯାଇଛି। ଲୋକେ ଘରୁ ବାହାରୁ ନାହାନ୍ତି। ସେପଟେ ବନ ବିଭାଗ ପକ୍ଷରୁ ଗାଁ ର ବିଭିନ୍ନ ସ୍ଥାନରେ ଜନ୍ତା ବସାଯାଇଥିବା ବେଳେ ମାଙ୍କଡ଼କୁ କାବୁ କରାଯାଇ ପାରି ନାହିଁ। ଯାହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇ ଲୋକେ ରାସ୍ତାରୋକ କରିଥିଲେ।

ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବିଜିପୁର ଓ ଇନ୍ଦାସ ଗାଁ ରେ ପାଗଳ ମାଙ୍କଡ଼ର ଉପଦ୍ରବ ।  ମାଙ୍କଡ଼ ଆକ୍ରମଣ ରେ ୨୦ ରୁ ଅଧିକ ଲୋକ ଆହତ ହୋଇ ଗୃହବନ୍ଦୀ ହୋଇଛନ୍ତି। ଲୋକଙ୍କ ଘରେ ତାଟିକବାଟ ପଡ଼ିଯାଇଛି। ଏହାର ପ୍ରତିବାଦ ରେ ଲୋକେ ରାସ୍ତା ରୋକ କରିଛନ୍ତି। ମାଙ୍କଡ଼ ମାନଙ୍କ ଉପଦ୍ରବ କୁ ରୋକିବା ପାଇଁ ବନ ବିଭାଗ କୁ ଅବଗତ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ କରିଛନ୍ତି।

ମାଙ୍କଡ଼ ଆକ୍ରମଣ ରେ ଆହତ ଲୋକେ ଜିଲା ମୁଖ୍ୟ ଡାକ୍ତର ଖାନାରେ ପ୍ରାଥମିକ ଚିକିତ୍ସା ପରେ ଘରକୁ ଆସିଛନ୍ତି। ବନ ବିଭାଗକୁ ଖବର ଦିଆଯାଇଥିଲେ ହେଁ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇନଥିବା ରୁ ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ପ୍ରତିବାଦ ରେ ଲୋକେ ରାସ୍ତାରୋକ କରିଥିଲେ। ସେପଟେ ବନବିଭାଗ ଗାଁ ରେ ଜନ୍ତା ପକାଇ ମାଙ୍କଡ଼ କୁ ଧରିବା ପାଇଁ ଉଦ୍ୟମ ଜାରିରଖିଛି।

ବନ ବିଭାଗ ପାଗଳ ମାଙ୍କଡ଼କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ ନିୟୋଜିତ କରାନଗଲେ ଅଧିକ ରୁ ଅଧିକ ଲୋକେ ଆହତ ହେବାର ସମ୍ଭାବନା ରହିଛି।।

ହିମାଂଶୁ କୁମାର ପାଢ଼ୀ

Leave a Reply

Your email address will not be published.

Back to top button