୧ ଜୁନରୁ ୭ ଜୁଲାଇ ମଧ୍ୟରେ ୨୦୬.୮ ମିମି ବର୍ଷା ରେକର୍ଡ, ସ୍ଵାଭାବିକ ବର୍ଷା ୨୭୬.୬ ମିମି ତୁଳନାରେ ୨୫ ପ୍ରତିଶତ କମ୍

Spread the love

ଭୁବନେଶ୍ଵର : ଚଳିତ ମୌସୁମୀ ଋତୁରେ ୧ ଜୁନରୁ ୭ ଜୁଲାଇ ମଧ୍ୟରେ ୨୦୬.୮ ମି.ମି. ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ଵାଭାବିକ ବର୍ଷା ୨୭୬.୬ ମି.ମି. ତୁଳନାରେ ୨୫ ପ୍ରତିଶତ କମ ରହିଛି । ଏହି ପରିଧି ମଧ୍ୟରେ ଦେବଗଡ ଜିଲ୍ଲାରେ ସର୍ବାଧିକ ୪୧୦.୮ ମି.ମି. ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ଵାଭାବିକ ବର୍ଷା ୨୬୮.୩ ମିମି ତୁଳନାରେ ୫୩ ପ୍ରତିଶତ ଅଧିକ ରହିଛି ।

ସେହିପରି କଳାହାଣ୍ଡି ଜିଲ୍ଲାରେ ସର୍ବନିମ୍ନ ୧୧୭.୫ ମିମି ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ଵାଭାବିକ ବର୍ଷା ୩୨୫.୧ ମିମି ତୁଳନାରେ ୬୪ ପ୍ରତିଶତ କମ୍ ରହିଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *