ବିରୋଳିରେ ୨୨ଟି ନାଗଛୁଆ ସହିତ ୩୬ ଅଣ୍ଡା ଉଦ୍ଧାର

Spread the love

ଭଦ୍ରକ : ଭଣ୍ଡାରିପୋଖରୀ ବ୍ଲକ୍ ଅଧୀନସ୍ଥ ଷୋଳମପୁର ପଞ୍ଚାୟତର ବିରୋଳି ଶାସନ ଗ୍ରାମନିବାସୀ ଲକ୍ଷ୍ମୀଧର ପଣ୍ଡାଙ୍କ ଘରୁ ଆଜି ୨୨ଟି ନାଗଛୁଆ ସମେତ ୩୬ଟି ଅଣ୍ଡା ଉଦ୍ଧାର କରାଯାଇଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଶ୍ରୀ ପଣ୍ଡାଙ୍କ ବୋହୂ ରଶ୍ମିତା ଗୁହାଳ ଘରକୁ ଯାଇ ଜାଳେଣି କାଠ ଆଣିବା ସମୟରେ ହଠାତ୍ ଦୁଇଟି ନାଗଛୁଆ ତାଙ୍କ ଡାହାଣ ହାତ ଉପରେ ଚଢିଯାଇଥିଲେ। ସାପକୁ ଫୋପାଡି ଦେଇ ଏହି ବିଷୟରେ ଲକ୍ଷ୍ମୀଧରଙ୍କ ପୁତ୍ର ପ୍ରଦୀପଙ୍କୁ କହିବାରୁ ସେ ଯାଜପୁର ସ୍ନେକ୍ ହେଲପ୍ଲାଇନର ଚିତ୍ତରଞ୍ଜନ ପଣ୍ଡାଙ୍କ ସହ ଯୋଗାଯୋଗ କରିଥିଲେ। ପରବର୍ତ୍ତୀ ସମୟରେ ପଣ୍ଡା ଗୁହଳ ଘର ଖନନ କରି ମୋଟ ୨୨ଟି ନାଗଛୁଆ ସମେତ ୩୬ଟି ଅଣ୍ଡା ଖୋଳ ଉଦ୍ଧାର କରିଥିଲେ। ଘଟଣାର ଏକମାସ ପୂର୍ବରୁ ସେହି ଗୁହାଳଘରୁ ୪ ଫୁଟର ଏକ ମା’ ନାଗୁଣୀ ଧରାପଡିଥିବାବେଳେ ଆଜି ୨୨ଟି ଛୁଆ ଉଦ୍ଧାର କରାଯାଇଛି। ତେବେ ୩୬ଟି ଅଣ୍ଡା ଖୋଳ ମିଳିଥିବାବେଳେ ୨୨ଟି ଛୁଆ ଉଦ୍ଧାର ହେବା ନେଇ ପରିବାରଙ୍କ ମଧ୍ୟରେ ଆଶଙ୍କା ଉପୁଜିଛି। ଅବଶିଷ୍ଟ ୧୪ଟି ନାଗଛୁଆ ମିଳିନଥିବାରୁ ଏବେ ସେମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଉଦ୍ଧାର ନାଗଛୁଆଙ୍କୁ ଚିତ୍ତରଞ୍ଜନ ରଗଡି ଜଙ୍ଗଲରେ ଛାଡିଥିବାର ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *