୧ ଜୁନ ରୁ ୯ ଜୁଲାଇ ମଧ୍ୟରେ ୨୨୦.୭ ମି.ମି. ବର୍ଷା ରେକର୍ଡ : ସ୍ଵାଭାବିକ ବର୍ଷା ୨୯୫ ମି.ମି. ତୁଳନାରେ ୨୫ ପ୍ରତିଶତ କମ୍

Spread the love

ଭୁବନେଶ୍ଵର : ଚଳିତ ମୌସୁମୀ ଋତୁରେ, ୧ ଜୁନ ରୁ ୯ ଜୁଲାଇ ମଧ୍ୟରେ ୨୨୦.୭ ମି.ମି. ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ଵାଭାବିକ ବର୍ଷା ୨୯୫ ମି.ମି. ତୁଳନାରେ ୨୫ ପ୍ରତିଶତ କମ୍ ରହିଛି । ଏହି ପରିଧି ମଧ୍ୟରେ ଦେବଗଡ ଜିଲ୍ଲାରେ ସର୍ବାଧିକ ୪୩୭.୩ ମି.ମି. ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ଵାଭାବିକ ବର୍ଷା ୨୯୨.୫ ମିମି ତୁଳନାରେ ୫୦ ପ୍ରତିଶତ ଅଧିକ ରହିଛି ।

ସେହିପରି କଳାହାଣ୍ଡି ଜିଲ୍ଲାରେ ୧୨୩.୫ ମି.ମି. ସହ ସବୁଠାରୁ କମ୍ ପ୍ରତିଶତ ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ଵାଭାବିକ ବର୍ଷା ତୁଳନାରେ ୬୫ ପ୍ରତିଶତ କମ୍ ରହିଛି । ଭୁବନେଶ୍ଵର ସ୍ଥିତ ଆଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *