ଅପରାଧଓଡ଼ିଶା

୩ କଲରାପତିରିଆ ବାଘ ଛାଲ ଜବତ, ଜଣେ ଗିରଫ

ରାୟଗଡ଼ା : ରାୟଗଡ଼ା କୋରାପୁଟ ୩୨୬ ନମ୍ବର ଜାତୀୟ ରାଜପଥର ଜିଲ୍ଲା ସିରିଗୁଡ଼ା ସ୍ଵର୍ଗଧାମ ନିକଟରେ କଲରାପତିରିଆ ବାଘ ଚମଡ଼ା ବିକ୍ରୀ ପାଇଁ ଡିଲ୍ ଚାଲିଥିବା ବେଳେ ସେଠାରେ ଚଢ଼ଉ କରିଛି ଏସଟିଏଫ । ଘଟଣାସ୍ଥଳରୁ ୩ଟି କଲରାପତିରିଆ ବାଘ ଛାଲ ଜବତ ହୋଇଛି । ଘଟଣାରେ ଜଣକୁ ଗିରଫ କରିବା ସହ ଏନେଇ ଅଧିକ ତଦନ୍ତ ଜାରୀ ରଖିଛି ଏସଟିଏଫ । ଅଭିଯୁକ୍ତ ଜଣକ ରାୟଗଡ଼ା ଜିଲ୍ଲା ଟିକିରି ଥାନା ଅଂଚଳର ଡ଼ମ୍ବରୁ ମାଝି ବୋଲି ଜଣାପଡିଛି । ଅଭିଯୁକ୍ତକୁ ଗିରଫ ପରେ ଏସଡିଜେଏମ କୋର୍ଟରେ ହାଜର କରାଯାଇଛି । ଜବତ ବାଘ ଛାଲ ଗୁଡିକର ଜୈବିକ ପରୀକ୍ଷା ପାଇଁ ଏସବୁକୁ ଡେରାଡୁନ ପଠାଯିବ ବୋଲି ଜଣାପଡିଛି । ଏହି ରାକେଟରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି ସେନେଇ ତଦନ୍ତ ଜାରି ରଖିଛି ଏସଟିଏଫ ।

Leave a Reply

Your email address will not be published.

Back to top button