ଖୋଲିଲା ଶ୍ରୀମନ୍ଦିରର ୪ ଦ୍ୱାର…

Spread the love

ଖୋଲିଲା ଶ୍ରୀମନ୍ଦିରର ୪ଦ୍ବାର। କଥା ଦେଇ କଥା ରଖିଲେ ନୂଆ ସରକାର । ଆଜି ସକାଳେ ମଙ୍ଗଳ ଆଳତି ପରେ ଶ୍ରୀମନ୍ଦିର ୪ ଦ୍ୱାର ଖୋଲା ଯାଇଛି । ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଏହି ସମୟରେ ଉପସ୍ଥିତ ରହିଥିଲେ । ସେପଟେ ୪ଦ୍ୱାର ଖୋଲିବା ପରେ  ଶ୍ରୀମନ୍ଦିରକୁ ପ୍ରବେଶ କରି ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ବିନା କଟକଣାରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଶ୍ରୀମନ୍ଦିରକୁ ଯାଉଛନ୍ତି ଶ୍ରଦ୍ଧାଳୁ । ତେବେ ବହୁ ଦିନ ଧରି ଭକ୍ତମାନେ ଏନେଇ ଦାବି କରିଆସୁଥିଲେ । ତେବେ ଆଜି ତାଙ୍କ ଇଚ୍ଛା ପୁରଣ ହୋଇଛି । ଏହାସହ ନୂଆ ସରକାର ଆସିଲେ ୪ଦ୍ବାର ଖୋଲାଯିବ ବୋଲି ପ୍ରତିଶୃତି ଦେଇଥିଲା ବିଜେପି।

Leave a Reply

Your email address will not be published. Required fields are marked *