ଗବୋନ (ମଧ୍ୟ ଆଫ୍ରିକା)ରେ ଫସିଛନ୍ତି ୪ ଓଡିଆ; ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ

Spread the love

ଭୁବନେଶ୍ୱର : ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଗବୋନ (ମଧ୍ୟ ଆଫ୍ରିକା)ରେ ଫସିଥିବା ୪ ଓଡିଆ ଯୁବକଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଏକ ଚିଠି ଲେଖି ନିବେଦନ କରିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଥାନା ଅନ୍ତର୍ଗତ ଘଡିଆମାଳ ଗ୍ରାମର ବିଦ୍ୟାଧର ପ୍ରଧାନ, ପିତା- ବିଜୟ ପ୍ରଧାନ, ଶୁଭ୍ରକାନ୍ତ ପ୍ରଧାନ, ପିତା- ସୁଦର୍ଶନ ପ୍ରଧାନ, ପ୍ରଶାନ୍ତ କୁମାର ରାଉତ, ପିତା- ପରମେଶ୍ବର ରାଉତ ଏବଂ ନିରଞ୍ଜନ ମହାନ୍ତି, ପିତା- ଭଗବାନ ମହାନ୍ତି ଅଧିକ ରୋଜଗାର ଆଶାରେ ଏକ ଏଜେଣ୍ଟଙ୍କ ଜରିଆରେ ଚଳିତ ବର୍ଷ ଫେବୃଆରୀ ୧୪ ତାରିଖରେ ଗବୋନ ଯାଇଥିଲେ। କମ୍ପାନୀ କତ୍ତୃପକ୍ଷ ମାସିକ ୨୫,୦୦୦/- ଟଙ୍କା ବେତନ ପ୍ରତିଶୃତି ଦେଇଥିଲେ କିନ୍ତୁ ୩ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ କୌଣସି ପାରିଶ୍ରମିକ ନଦେଇ ବିଭିନ୍ନ ପ୍ରକାର ନିର୍ଯ୍ୟାତନା ଦେଇ କାର୍ଯ୍ୟରେ ଲଗାଇଛନ୍ତି। ବହୁ ଅନୁରୋଧ ପରେ ମଧ୍ୟ ସେମାନେ ପାରିଶ୍ରମିକ ଦେଉନାହାଁନ୍ତି କିମ୍ବା ସ୍ୱଦେଶ ଫେରିବାକୁ ଛାଡୁନାହାଁନ୍ତି ।

ଉପାୟଶୂନ୍ୟ ହୋଇ ପରିବାର ଲୋକ ସେମାନଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ । ଅନୁରୋଧକ୍ରମେ ବୈଜୟନ୍ତ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ଏ ବିଷୟରେ ଅବଗତ କରିବା ସହ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ସମସ୍ତଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବା ସଙ୍ଗେ ସଙ୍ଗେ ସହାୟତା ଯୋଗାଇଦେବାକୁ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *