ଓଡ଼ିଶା

୪ବର୍ଷର ଝିଅ ଦୀକ୍ଷା ପାଲଟିଛନ୍ତି ବରଗଡର ଗୌରବ

ବରଗଡ : ବରଗଡ ପାଇଁ ଗର୍ବ ଓ ଗୌରବ ପାଲଟିଛନ୍ତି ୪ବର୍ଷର ଝିଅ ଦୀକ୍ଷା ସିଦ୍ଧି ଦେହୁରୀ । ଏକ ମିନିଟ ୪୫ ସେକେଣ୍ଡ ମଧ୍ୟରେ ଦେଶରେ ଥିବା ଜାତୀୟ  ଅଭୟାରଣ୍ୟଙ୍କ ନାମ କହି ଏସିଆ ବୁକରେ ସ୍ଥାନ ପାଇଲେ ବରଗଡ଼ର କୁନି ଝିଅ । ନିଜର ଏହି ପ୍ରତିଭାକୁ ଦେଖି ସମସ୍ତେ ବେଶ ପ୍ରଂଶସା କରୁଥିବାବେଳ ଗିନିଜ ବୁକ୍ ରେ ସ୍ଥାନ ପାଇବାର ଚେଷ୍ଟା ସହ ଆଶା ରଖିଛନ୍ତି ଦୀକ୍ଷାଙ୍କ ପରିବାର ।

ବରଗଡ ପାଇଁ ଗର୍ବ ଓ ଗୌରବ ଆଣିଲେ ଝିଅ ଦୀକ୍ଷା ସିଦ୍ଧି ଦେହୁରୀ । ଏସିଆ ବୁକ ଅଫ ରେକଡରେ ସ୍ଥାନ ପାଇଲେ ୪ବର୍ଷର ଝିଅ । ଏକ ମିନିଟ ୪୫ ସେକେଣ୍ଡ ମଧ୍ୟରେ ଦେଶରେ ଥିବା ଜାତୀୟ  ଅଭୟାରଣ୍ୟଙ୍କ ନାମ କହି ଆଣିଛନ୍ତି ଗୌରବ । ଦୀକ୍ଷାଙ୍କ ସ୍ମରଣ ଶକ୍ତିକୁ ନେଇ ଏବେ ବେଶ ଚର୍ଚ୍ଚା ବରଗଡ଼ ଜିଲ୍ଲାରେ । ପିତା ଜଗନ୍ନାଥ ଦେହୁରୀ ଜଣେ ରେଭିନ୍ୟୁ ଇନସପେକ୍ଟର ହୋଇଥିବା ବେଳେ ମାଆ ସବିତା ଦେହୁରୀ ଜଣେ ଗୃହିଣୀ । ପ୍ରତି ନୂତନ ଜିନିଷ ଜାଣିବା ପାଇଁ ଦୀକ୍ଷାଙ୍କ ପ୍ରବଳ ଆଗ୍ରହ । ଏହା ଦେଖି ପିତା ମାତା ଶିକ୍ଷା ଦେବା ସହ ସାଧାରଣ ଜ୍ଞାନ ବିଷୟରେ ଶିକ୍ଷା ଦେଲେ । ତାଙ୍କର ଏହି ପ୍ରତିଭାକୁ ନେଇ ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇବା ପାଇଁ ବାପାମାଆ ଆବେଦନ କରିଥିଲେ । ତେବେ ତାହା ସଫଳ ହେବା ସହ ଏକ ମିନିଟ ୪୫ସେକେଣ୍ଟରେ ଭାରତର ୩୮ଟି ଜାତୀୟ ଅଭୟାରଣ୍ୟଙ୍କ ନାମ କହି  ନିଜ ନାମ ଅଧିକାର କରିଛନ୍ତି ଏବଂ ତାଙ୍କ ପାଖକୁ ସାର୍ଟିଫିକେଟ, ମେଡାଲ ଏବଂ  କଳମ ପହଞ୍ଚିଛି ।

ତେବେ  ଦିକ୍ଷାଙ୍କ ଏପରି କୃତିତ୍ୱ ପାଇଁ ସେ ବରଗଡ ଜିଲ୍ଲା ସମେତ ସାରା ରାଜ୍ୟ ପାଇ ଗର୍ବ ଓ ଗୌରବ ପାଲଟି ଥିବା ଵେଳେ ଚାରିଆଡୁ ତାଙ୍କ ପାଖକୁ ସୁବେଚ୍ଛାର ସୁଅ ଛୁଟୁଛି । ସେହିପରି ଦୀକ୍ଷା ଆଗକୁ ଗ୍ରିନିଜ୍ ବୁକ ଅଫ ରେକର୍ଡ ରେ ସ୍ଥାନ ପାଇବାକୁ ତାଙ୍କ ପରିବାର ଆଶା କରିଥିବା ବେଳେ ଏଥିପାଇଁ ପୁରା ପରିବାର ଉତ୍ସାହିତ ଥିବା ଦେଖିବାକୁ ମିଳିଛି ।

ତୁଳସୀ ଦୁଇ ପତ୍ରରୁ ବାସିବା ପରି ଦୀକ୍ଷାଙ୍କ ଦକ୍ଷତା ଏବେ ସବୁଛି ଚର୍ଚ୍ଚା ।

ଧ୍ରୁବ  କର୍ମୀଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button