ଓଡ଼ିଶା

୨୮୭ ଏସଏଚଜିଙ୍କୁ ୫ କୋଟି ବଣ୍ଟନ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ମହକୁମା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହ ଠାରେ ମିଶନ ଶକ୍ତି ଅଧିନରେ ୨୮୭ଟି ଏସଏଚଜି ଗ୍ରୁପକୁ ଲୋନ ବଣ୍ଟନ। ଏହି କାର୍ଯ୍ୟକ୍ରମରେ ୫ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଲୋନ ବଣ୍ଟନ କରାଯାଇଛି ।

ଜଣେ ମହିଳାର ବିକାଶ ହେଲେ ଏକ ପରିବାରର ବିକାଶ ହେବ, ପରିବାରର ବିକାଶରେ ଗାଁ ଓ ସମାଜର ବିକାଶ, ସମାଜର ବିକାଶରେ ଦେଶର ବିକାଶ ସମ୍ଭବ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଲ ଭାବେ ହୃଦୟଜ୍ଞମ କରିଛନ୍ତି। ତେଣୁ ରାଜ୍ୟସରକାର ମାମାନଙ୍କ ଉନ୍ନତି ପାଇଁ ସର୍ବଦା ଯତ୍ନବାନ ରହି ଆସିଛି। ମିଶନ ଶକ୍ତିର ଗଠନ କରାଯାଇ ଗ୍ରାମାଞ୍ଚଳର ମହିଳାମାନଙ୍କ ବିକାଶ ଦିଗରେ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏସଏଚଜି ଗ୍ରୁପ ମାଧ୍ୟମରେ ବିଭିନ୍ନ ଚାଷ, ହସ୍ତତନ୍ତ, କ୍ଷୁଦ୍ର ଶିଳ୍ପର ବିକାଶ କରାଯାଇ ମହିଳାଙ୍କୁ ସ୍ବାବଲମ୍ବୀ କରାଯାଉଛି।

ଏହି କ୍ରମରେ ମାଲକାନଗିରି ସଦର ମହକୁମା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ୨୮୭ ଏସଏଚଜି  ମହିଳାଙ୍କୁ ୫ କୋଟିରୁ ଅଧିକ ଅର୍ଥ ଦିଆଯାଇଛି। ମିଶନ ଶକ୍ତି ଅଧିନରେ ସଦର ବ୍ଲକର ଏସଏସଜି ମହିଳା ଗ୍ରୁପ ଗୁଡ଼ିକ ଲୋନ ନେଇ ଛତୁ ଚାଷ, ମତ୍ସ୍ୟ ଚାଷ ଭଳି ବିଭିନ୍ନ କାର୍ଯ୍ୟରେ ଏହି ଅର୍ଥ ବ୍ୟୟ ବରାଦ କରି ରୋଜଗାରକ୍ଷମ ହୋଇପାରିବେ ବୋଲି ମହିଳା ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

Leave a Reply

Your email address will not be published.

Back to top button