ଫାଇଭ-ଟି ସଚିବଙ୍କ ବଲାଙ୍ଗିର ଗସ୍ତ

Spread the love

ବଲାଙ୍ଗିର : ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଆଦେଶ କ୍ରମେ ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନ ଦୁଇ ଦିନିଆ ବଲାଙ୍ଗିର ଗସ୍ତରେ ଆସିଛନ୍ତି । ତାଙ୍କର ଏହି ଗସ୍ତ ସମୟରେ ସେ ବଲାଙ୍ଗିର ଜିଲ୍ଲାର ଅନେକ ପ୍ରକଳ୍ପର ସମୀକ୍ଷା କରିବା ସହ ଜନଶୁଣାଣୀ ସଭାରେ ଯୋଗ ଦେଇଥିଲେ । ଏହି ଗସ୍ତ ସମୟରେ ଗତକାଲି ୪ଟି ଜନଶୁଣାଣୀ କାର୍ଯ୍ୟକ୍ରମରେ ମିଳିଥିବା ସମସ୍ତ ଅଭିଯୋଗର ଯଥାଶୀଘ୍ର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସଭାରେ ମିଶନ ଶକ୍ତି ପାଇଁ ଥିବା ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁଁ ଆଜି ଓଡିଶାର ସମସ୍ତ ମା ମାନେ ଅନ୍ୟ ଉପରେ ନିର୍ଭରଶୀଳ ନୁହନ୍ତି । ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ୧୦ ଲକ୍ଷ ଟଙ୍କା ମିଳୁଥିବାରୁ ସମସ୍ତ ମା ମାନେ ତାଙ୍କର ଏବଂ ପରିବାରର ସ୍ଵାସ୍ଥ୍ୟ ସମସ୍ୟା ପାଇଁ ଚିନ୍ତିତ ନୁହନ୍ତି । ହରିଶଙ୍କରରେ ଥିବା ମିଶନ ଶକ୍ତି କମ୍ପ୍ଲେକ୍ସରେ ରହିଥିବା ସମସ୍ତ ସାତଟି ୟୁନିଟ ମାଧ୍ୟମରେ ହେଉଥିବା ଦ୍ରବ୍ୟର ମାନ କିପରି ଉନ୍ନତ ରହିବ ସେ ଦିଗରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସରକାରଙ୍କ ଆଭିମୁଖ୍ୟକୁ ସଫଳ କରିବା ପାଇଁ ପରାମର୍ଶ ଦେଇଥିଲେ। ମିଶନ ଶକ୍ତି ମାଧ୍ୟମରେ କିପରି ମହିଳା ମାନଙ୍କୁ ଅଗ୍ରାଧିକାର ଦିଆଯାଉଛି, ବିଶେଷ କରି ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନେ କିଭଳି ସ୍ଵାବଲମ୍ବୀ ହୋଇପାରିବେ ଏବଂ ସେମାନଙ୍କ ଆର୍ଥିକ ବିକାଶ ହୋଇପାରିବ ସେନେଇ ରାଜ୍ୟ ସରକାର ସ୍ଵତନ୍ତ୍ର ଦୃଷ୍ଟି ଦେଇଛନ୍ତି ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ମହିଳା ମାନଙ୍କୁ ସ୍ଵାବଲମ୍ବୀ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ବିନା ସୁଧରେ ପାଞ୍ଚ ଲକ୍ଷ ଟଙ୍କା ଋଣ ପ୍ରଦାନ, ଋଣ ଅର୍ଥର ସଦୁପଯୋଗ କରି ନିଜେ ସ୍ଵାବଲମ୍ବୀ ହେବା ସହ ସମାଜ ପାଇଁ ଆଦର୍ଶ, ଉଦାହରଣ ଓ ପ୍ରେରଣାଦାୟକ ହେବା ନେଇ ଭି.କେ.ପାଣ୍ଡିଆନ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ପରାମର୍ଶ ଦେଇଥିଲେ ଏବଂ ବ୍ୟାଙ୍କଗୁଡିକ ପ୍ରତ୍ୟେକ ପଞ୍ଚାୟତରେ ଋଣ ମେଳା କରିବାକୁ ନିର୍ଦେଶ ଦେଇଥିଲେ ।

ଟିଟିଲାଗଡ ଉପକଣ୍ଠ ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନ ଖେଳ ପଡିଆ ଠାରେ ଆୟୋଜିତ ବୈଠକରେ ସଚିବ ଭି.କେ.ପାଣ୍ଡିଆନଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା । ଭି.କେ.ପାଣ୍ଡିଆନ ବୈଠକରେ ଉପସ୍ଥିତ ଜନସାଧାରଣଙ୍କ ସହ ଭାବ ବିନିମୟ କରିବା ସହ ସେମାନଙ୍କର ବିଭିନ୍ନ ଆପତ୍ତି ଓ ଅଭିଯୋଗ ଗ୍ରହଣ କରିଥିଲେ। ସଭାରେ ଉପସ୍ଥିତ ବିଭିନ୍ନ ମନ୍ଦିର, ମସଜିଦ, ଗୀର୍ଜା ଓ କମ୍ୟୁନିଟି ସେଣ୍ଟର, ଟ୍ରଷ୍ଟର କର୍ମକର୍ତ୍ତା, ଲୋକ ପ୍ରତିନିଧିଙ୍କ ଦ୍ଵାରା ଦିଆଯାଇଥିବା ଆପତ୍ତି, ଅଭିଯୋଗ ଓ ପରାମର୍ଶକୁ ଆଧାରକରି ଉପଖଣ୍ଡରେ ଅବସ୍ଥିତ ମନ୍ଦିର, ମସଜିଦ, ଗୀର୍ଜା, କମ୍ଯୁନିଟି ସେଣ୍ଟର ତଥା ପର୍ଯ୍ୟଟନ ସ୍ଥଳୀର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ଆବଶ୍ୟକ ସବିଶେଷ ତଥ୍ୟ ପ୍ରସ୍ତୁତ କରି ଆର୍ଥିକ ଅନୁଦାନ ପାଇଁ ରାଜ୍ୟ ସରକାରଙ୍କ ପାଖକୁ ତୁରନ୍ତ ପଠାଇବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ଯୋଜନା ମୁତବକ ସରକାରଙ୍କ ଦ୍ଵାରା ପ୍ରାପ୍ତ ଅର୍ଥ କିପରି ସୁ-ବିନିଯୋଗ କରାଯାଇ ସମ୍ପୂର୍ଣ ରୁପରେଖ ସହିତ କାର୍ଯ୍ୟକାରୀ ହେବ ବୋଲି କହିଥିଲେ ।

ସେହିପରି ବଲାଙ୍ଗିର ଜିଲ୍ଲାରେ ଥିବା ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ସେ ଜିଲ୍ଲାର ସମସ୍ତ ୬୯ ସ୍କୁଲ ଏବଂ ୨୮ କଲେଜ ଗୁଡିକୁ ମୋ କଲେଜ ଯୋଜନାରେ ସାମିଲ କରିବା ସହ ମୁଖ୍ୟମନ୍ତ୍ରୀ ୪୦.୫ କୋଟି ଟଙ୍କା ଅନୁମୋଦନ କରିଛନ୍ତି । ଫାଇଭ-ଟି ଅଧୀନରେ ଆସୁଥିବା ସ୍କୁଲ ଗୁଡିକର ଯତ୍ନ ନେବା ସହ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନଙ୍କୁ ଆଗାମୀ ରୋଲ ମଡେଲ ହେବାକୁ କହିଥିଲେ ।

ଟିଟିଲାଗଡ, ପାଟଣାଗଡ, ସଇଁତଳା, ଗୁଡଭେଲା, ବଲାଙ୍ଗିର, ପୁଇଁତଲା ଓ ଦେଓଗାଁ ବ୍ଲକରେ ୧୦୨୦ କୋଟିରେ ଚାଲୁଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ସମୀକ୍ଷା କରିଥିଲେ ଏବଂ ୨୦୨୪ ଶେଷସୁଧା ଏହା କାର୍ଜ୍ୟକ୍ଷମ କରିବାକୁ ନିର୍ଦେଶ ଦେଇଥିଲେ । ହରିଶଙ୍କର ମନ୍ଦିର ପାଇଁ ୫୫ କୋଟି ଅନୁଦାନର କାର୍ଯ୍ୟ ସମୀକ୍ଷା କରିବା ସହ ଅଧିକ ମଞ୍ଜୁରୀ ପାଇଁ ପ୍ରସ୍ତାବ ଦେବାକୁ ନିର୍ଦେଶ ଦେଇଥିଲେ । କୁମୁଡା ପାହାଡ ଏବଂ ବାବା ଧବଳେଶ୍ଵରେ ମନ୍ଦିର ଉନ୍ନତି ନିମନ୍ତେ ପ୍ଳାନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିଲେ । ସେହିପରି ତୁସୁରା ଏୟାରସ୍ଟ୍ରିପକୁ ଅତ୍ୟାଧୁନିକ ରୂପେ ଗଢିବା ପାଇଁ ଏକ ଡ଼ିପିଆର ପ୍ରସ୍ତୁତ କରି ସରକାରଙ୍କ ଅନୁମୋଦନ ପାଇଁ କହିଥିଲେ ।

Leave a Reply

Your email address will not be published. Required fields are marked *