ଆଳିର ପୂର୍ବତନ ବିଧାୟକ ସ୍ୱର୍ଗତ ଡାକ୍ତର ଦେବେନ୍ଦ୍ର ଶର୍ମାଙ୍କ ପାର୍ଥିବ ଶରୀର ବିଧାନସଭାରେ ପହଞ୍ଚିବା ପରେ ଗାର୍ଡ ଅଫ ଅନର ଦିଆଯାଇଛି। ତାଙ୍କର ଶେଷଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବାଚସ୍ପତି ସୁରମା ପାଢ଼ୀ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ପୁଷ୍ପଗୁଛ ଦେଇ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଦେବେନ୍ଦ୍ରଙ୍କ ଝିଅ ଦେବସ୍ମିତାଙ୍କୁ ମୁଖ୍ୟମନ୍ତ୍ରୀ ସାନ୍ତ୍ୱନା ଦେଇଥିଲେ। ଲୋକପ୍ରତିନିଧି ଭାବେ ଜନକଲ୍ୟାଣକାରୀ କାମ ଓ ସେବା ପାଇଁ ଡାକ୍ତର ଶର୍ମା ସବୁଦିନ ଲାଗି ସ୍ମରଣୀୟ ହୋଇ ରହିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। କଂଗ୍ରେସ ଏକ ଲଢ଼ୁଆ ସାରଥୀକୁ ହରାଇଲା ବୋଲି କହିଛନ୍ତି ରାମଚନ୍ଦ୍ର କାଡ଼ାମ।

Naxatra News is now on Whatsapp
Join and get latest news update delivered to you via whatsapp
Join Now