ଏସ୍ସିବି ମେଡ଼ିକାଲ କଲେଜ ସମ୍ପ୍ରସାରଣ କାର୍ଯ୍ୟର ସ୍ଥିତି ସମୀକ୍ଷା କଲେ ୫ଟି ସଚିବ

Spread the love

ଭୁବନେଶ୍ୱର : ୫-ଟି ସଚିବ ଭି କେ ପାଣ୍ଡିଆନ ସୋମବାର କଟକରେ ଏସ୍ସିବି ମେଡ଼ିକାଲ କଲେଜ ସମ୍ପ୍ରସାରଣ କାର୍ଯ୍ୟର ସ୍ଥିତି ସମୀକ୍ଷା କରିଛନ୍ତି । ଏଠାରେ ମେଡିକାଲ ନିର୍ମାଣ କାର୍ଯ୍ୟ କିଭଳି ଅଗ୍ରଗତି କରୁଛି ସେ ନେଇ ସ୍ଥିତି ପରଖିଛନ୍ତି । ଏସସିବିରେ କ୍ଲିନିକାଲ୍ ବ୍ଲକ, ବଜେଟ ହୋଟେଲ, କମର୍ସିଆଲ୍ କମ୍ପେ୍ଲକ୍ସ, ଅଧ୍ୟାପକ, ଚିକିତ୍ସକ ଓ ଅନ୍ୟ କର୍ମଚାରୀଙ୍କ ରହଣୀ ନିମନ୍ତେ ରେସିଡେନ୍ସିଆଲ୍ ବ୍ଲକ ନିର୍ମାଣ ପାଇଁ ଯୋଜନା ରହିଛି ।

ଏହି ଅବସରରେ ସିଏମ୍ସି କମିସନର ନିଖିଳ ପୱନ କଲ୍ୟାଣ, ସିଡିଏ ଅଧ୍ୟକ୍ଷ ଅନିଲ ସାମଲ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ଏସସିବି ମେଡ଼ିକାଲ କୁଳସଚିବ, ଆରଡିସି ଓ ଅନ୍ୟ ପ୍ରଶାସନିକ ଅଧିକାରୀ ସମେତ ସମସ୍ତ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *