ଓଡ଼ିଶା

ବଢୁଛି ଅପରାଧ, ଚିନ୍ତାରେ ପୋଲିସ

ବ୍ରହ୍ମପୁର : ବ୍ରହ୍ମପୁରରେ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧ  । ହତ୍ୟା ଲୁଟଠୁ ଆରମ୍ବ କରି ରାହଜାନି , ଦୁଷ୍କର୍ମ ପରି  ବହୁସଙ୍ଗୀନ ମାମଲା ସାମନାକୁ ଆସିବା ପରେ ବ୍ରହ୍ମପୁର ପୋଲିସର  ଚିନ୍ତା ବଢିବାରେ ଲାଗିଲାଣି  । ଅନେକ ସମୟରେ ପୋଲିସ ବ୍ରହ୍ମପୁରକୁ ଅପରାଧ ମୁକ୍ତ କରିବାକୁ ସଚେତନତା ମୂଳକ ଅଭିଯାନ ଆରମ୍ଭ କରିଥିଲେ ବି ସଫଳ ହୋଇପାରୁନାହିଁ  । ଯାହାକୁ ନେି ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନ ଉଠୁଥିବାବେଳେ ଆଗକୁ ଆଇନ ଶୃଙ୍ଖଳାକୁ ନେଇ କଣ ପଦକ୍ଷେପ ନେଉଛି ତାହା ଉପରେ ସମସ୍ତଙ୍କ ନଜର।    

ବ୍ରହ୍ମପୁରରେ ଦିନକୁ ଦିନ ଅପରାଧୀକ କାର୍ଯ୍ୟଳାପ ବଢିବାରେ ଲାଗିଛି ।  ହତ୍ୟା, ଲୁଟ, ଡକାୟତିଠାରୁ ଆରମ୍ଭ କରି ରାହାଜାନି, ଗଣଦୁର୍ଷ୍କମ ଭଳି ସଙ୍ଗିନ ଅଭିଯୋଗ ହେଉଛି  ।  ହେଲେ ପୋଲିସର ହାତ ଖାଲି  । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଏବେ ସହରବାସୀଙ୍କ ମନରେ ଛନକା ପଶିଛି ।  ବ୍ରହ୍ମପୁରବାସୀଙ୍କ ସୁରକ୍ଷା କାହା ହାତରେ ବୋଲି ପ୍ରଶ୍ନ କରିବା ସହ ଶିଘ୍ର ସୁରକ୍ଷା ଯୋଗାଇ ଦେବାକୁ ସ୍ବର ଶାଣିତ ହେଲାଣି । ନୂଆ ବର୍ଷ ଆଗମନ ପୂର୍ବରୁ ଜିରୋ ଟଲେରାନ୍ସ ପନ୍ଥା ଅପଣାଇବାକୁ ପୋଲିସର ପ୍ରଚେଷ୍ଟା  । ଫୋକସରେ ରହିଛି ୧୫ଟି ଥାନା  । ଯାହାକୁ ଅପରାଧୀଙ୍କ ପେଷ୍ଠସ୍ଥଳୀ ବୋଲି ପୋଲିସ କହିଛି  ।   2022 ମସିହାରେ 4 ହଜାର 287 ଗୋଟି ମାମଲା ଆସିଛି ପୋଲିସ ନିକଟକୁ  । ଯାହା ୨୦୨୧ଠାରୁ ୧ ହଜାର ଅଧିକ  ।  ଏଥିରେ ପ୍ରାୟ 25 ଗୋଟି ହତ୍ୟା ମାମଲା ରୁଜୁ ହୋଇଥିବାବେଳେ ପ୍ରାୟ 100 ଟି ଦୁଷ୍କର୍ମ ମମଲା ରୁଜୁ ହେବା ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି । 

ସେପଟେ ନୂଆ ବର୍ଷ ଆରମ୍ଭ ପୂର୍ବରୁ ହିଁ ପୋଲିସ ଆରମ୍ଭ କରିଛି ରଣନୀତି  । ଆଗକୁ ଜିରୋ ନାଇଟ ଓ ନୂଆ ବର୍ଷ ସେଲିବ୍ରେସନ ରହିଥିବାବେଳେ, ଆଇନ ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟରେ ରଖି ସହରର ବିଭିନ୍ନ ଥାନାର ଥାନା ଅଧିକାରୀ ଓ ଏସ୍ଡିପିଓଙ୍କୁ ନେଇ  ଅପରାଧୀଙ୍କୁ ଉପରେ ଲଗାମ ଲଗାଇବା ଦିଗରେ ପୋଲିସର ଯୋଜନା ପ୍ରସ୍ତୁତ ହୋଇଛି ।  ପ୍ରମୁଖତଃ ମଦ୍ୟପ ଗାଡି ଚାଲକଙ୍କ ଉପରେ ଲଗାମ ଲଗାଇବା ଦିଗରେ  ଜିରୋ ନାଇଟ ସେଲେବ୍ରେସନ ସମୟରେ ସହରର ବିଭିନ ସ୍ଥାନରେ ମଦୁଆ ଧରା ଗାଡିକୁ ନିୟୋଜିତ କରିବା ସହ ପେଶାଦାର ଅପରାଧିଙ୍କୁ କିଭଳି ସାବଡ଼ କରାଯିବ ସେ ନେଇ ବିଭିନ୍ନ ଥାନା ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ଏସ୍ପି । 

ଅପରାଧିକ କାର୍ଯ୍ୟକଳାପ କୁ ନେଇ ସହର ବସି ନିଜକୁ ଅସୁରକ୍ଷିତ ମନେ କରୁଠୁବାବେଳେ, ପୋଲିସ ର ଏହି ନୂଆ ରଣନୀତି ଅପରାଧୀଙ୍କୁ ଲଗାମ ଲଗାଇବା ଦିଗରେ କେତେ ସହାୟକ ହେବ ତାହା ପରବର୍ତ୍ତୀ ସମୟରେ ହିଁ ଜଣାପଡିବ… । 

ଇତିଶ୍ରୀ ସମାପିକା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button