ଚାଲିକି ଚକାଡୋଳା ପାଖକୁ ଗଲେ ୭ ବନ୍ଧୁ

ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ବଡଦାଣ୍ଡରେ ଭକ୍ତ ଏବଂ ଭଗବାନଙ୍କର ମିଳନର ଦିନ । ବଡ଼ଦାଣ୍ଡରେ କାଳିଆସାଆନ୍ତଙ୍କୁ ଦେଖିବାକୁ କାହିଁ କେତେ ବାଟରୁ ଧାଇଁ ଆସୁଛନ୍ତି ଭକ୍ତ। ସେହିପରି କାଳିଆରଡୋରି ଲାଗିବାରୁ ଆଜି ସକାଳୁ ଭୁବନେଶ୍ୱରରୁ ଚାଲି ଚାଲି ପୁରୀ ଅଭିମୁଖେ ବାହାରିଛନ୍ତି ୭ଜଣ ବନ୍ଧୁ । କାଳିଆସାଆନ୍ତ କୁ ଦେଖିବାକୁ ୭ଜଣ ବନ୍ଧୁ ତପନ କୁମାର ନାୟକ, ଅଶୋକ କୁମାର ସାହୁ, ଜ୍ୟୋତି ପ୍ରସାଦ ବେହେରା, କୀର୍ତ୍ତନ ସୁବୁଦ୍ଧି, ପ୍ରଶାନ୍ତ କୁମାର ବିଶ୍ୱାଳ ଓ ସତ୍ୟଜିତ୍ ସେଠୀ ପୁରୀ ଅଭିମୁଖେ ବାହାରିଛନ୍ତି। ତେବେ ୭ଜଣ ବନ୍ଧୁ ଚାଲିଚାଲି ଶ୍ରୀକ୍ଷେତ୍ରକୁ ଯିବାକୁ ମାନସିକ କରିଥିବା ବେଳେ ଆଜି ସେମାନେ ତାଙ୍କ ଯାତ୍ରା ଆରମ୍ଭ କରିଛନ୍ତି । କାଳିଆର ଡୋରି ଲାଗିବାରୁ ସେମାନେ ପୁରୀ ବାହାରିଥିବା କହିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *