କେନ୍ଦ୍ରାପଡା

ଜାଲ୍ ଦସ୍ତଖତ କରି କମିଟି ଗଠନକୁ ଗ୍ରାମବାସୀଙ୍କ ବିରୋଧ

କେନ୍ଦ୍ରାପଡ଼ା : ରାଜ୍ୟ ସରକାରଙ୍କର ସମବାୟ ବିଭାଗର ନିଷ୍ପତି କ୍ରମେ ପ୍ରତ୍ୟେକ ପଂଚାୟତରେ କୃଷି ସମବାୟ ସମିତି ଗଠନ କରିବାକୁ ନିୟମ ଥିବାବେଳେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତମପୁର ପଂଚାୟତର ନୂତନ କୃଷି ସମବାୟ ସମିତି ଗଠନ କରିବାକୁ ଦାବି ହୋଇ ଆସୁଥିଲା । କିନ୍ତୁ କେତେକ ଖଳ ପ୍ରକୃତିର ବ୍ୟକ୍ତି ଗ୍ରାମବାସୀଙ୍କୁ ନଜଣାଇ ଗ୍ରାମସଭା ନ ଡାକି ଗ୍ରାମବାସୀଙ୍କର ଜାଲ ଦସ୍ତଖତ କରି ନୂତନ କୃଷି ସମବାୟ ସମିତି ନାମରେ କମିଟି ଗଠନ କରିବା ପାଇଁ ଏଆରସିସିଙ୍କୁ ଦରଖାସ୍ତ ଦେଇଥିବାରୁ ଏହାକୁ ବାତିଲ କରିବା ପାଇଁ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ପତ୍ରରେ ଉମେଶ ଚନ୍ଦ୍ର ସାହୁ, ରଞ୍ଜିତ ଲେଙ୍କା, ଶ୍ରୀକାନ୍ତ ସାହୁ, ଅଜିତ କୁମାର ଲେଙ୍କା, ସାଧୁ ଚରଣ ସାହୁ, ସନ୍ତୋଷ ସାହୁଙ୍କ ସମେତ ଶତାଧିକ ଗ୍ରାମାବସୀ ସ୍ୱାକ୍ଷର କରିଥିବା ଜଣାପଡିଛି ।

Related Articles

Leave a Reply

Your email address will not be published.

Back to top button