ଓଡିଶା ପଶ୍ଚିମବଙ୍ଗ ସୀମାନ୍ତ ଦୀଘା ମୁହାଣ ନିକଟରେ ବୁଡିଗଲା ଏକ ମାଛଧରା ଟ୍ରଲର। ମାଛ ମାରି କୂଳକୁ ଫେରୁଥିବା ବେଳେ ଯାନ୍ତ୍ରିକ ତ୍ରୁଟି ଓ ଅଧିକ ଓଜନର ମାଛ ବୋଝେଇ ଯୋଗୁ ସମୁଦ୍ରରେ ଟ୍ରଲରଟି ବୁଡିବାକୁ ଲାଗିଥିଲା। ଟ୍ରଲରଟି ବୁଡି ଯାଉଥିବାବେଳେ ମତ୍ସ୍ୟଜୀବୀମାନେ ଫୋନରେ କୂଳକୁ ସୂଚନା ଦେଇଥିଲେ l ସ୍ଥାନୀୟ ଉଦ୍ଧାରକାରୀ ଟିମ ଜରୁରୀକାଳୀନ ଭିତ୍ତିରେ ସେଠାରେ ପହଞ୍ଚି ଟ୍ରଲରରେ ଥିବା ୯ ଜଣ ମତ୍ସ୍ୟଜୀବୀଙ୍କୁ ସମୁଦ୍ରରୁ ସୁରକ୍ଷିତ ଉଦ୍ଧାର କରିଥିଲେ। ଘଟଣାକୁ ନେଇ ଦୀଘା ମେରାଇନ ପୋଲିସ ଅଧିକ ତଦନ୍ତ କରୁଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now