ମଧ୍ୟାନ୍ନ ଭୋଜନ ଚାଉଳ ଯୋଗଣରେ ମହା ଘୋଟାଲା

ଚାନ୍ଦବାଲି ମହିଳା ଶୁଶୁ ବିକାଶ ବିଭାଗରେ ଦୁର୍ନିତିର ଚେର ଲମ୍ୱିଛି। ଅଙ୍ଗନୱାଡ଼ି କେନ୍ଦ୍ର ପାଇଁ ଆସୁଥିବା ମଧ୍ୟାନ୍ନ ଭୋଜନ ଚାଉଳ ଯୋଗଣରେ ମହା ଘୋଟାଲା ଦେଖିବାକୁ ମିଳିଛି। ପ୍ରଥମେ ଛତୁଆ ଉପରେ ଅଭିଯୋଗ ଲିଭି ନଥିବା ବେଳେ ପୁଣି ଅଙ୍ଗନୱାଡ଼ି କେନ୍ଦ୍ରକୁ ମଧ୍ୟାନ୍ନ ଭୋଜନ ଚାଉଳ ଯୋଗାଣରେ ଲେଖାଜୁଖା ପ୍ରମାଣ ଲାଗିଛି। ମଧ୍ୟାନ୍ନ ଭୋଜନ ଚାଉଳ ଯୋଗାଣକାରୀ ସଂସ୍ଥାଙ୍କ ପକ୍ଷରୁ ପ୍ରତି କୁଇଣ୍ଟାଲ ପିଛା ୧୫ ରୁ ୨୦ କିଲୋ କମ ଚାଉଳ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି। ଚାନ୍ଦବାଲି ମହିଳା ଶିଶୁ ବିକାଶ ଅଧୀନରେ ମୋଟ୍ ୪୨୮ କେନ୍ଦ୍ର ରହିଛି। ତେବେ ଚାନ୍ଦବାଲି ଏନଏସିରେ ଥିବା ବିଭିନ୍ନ ଅଙ୍ଗୱାଡ଼ି କେନ୍ଦ୍ରକୁ ଚାଉଳ ଯୋଗାଉ ଥିବା ଯୋଗାଣକାରୀ ସଂସ୍ଥା ଚାଉଳ କମ୍ କରି ଦେଉଥିବା ଅଭିଯୋଗ ହୋଇଛି। ଆଜି ବିଜେପି ଦଳର ଏକ ପ୍ରତିନିଧି ଦଳ ଚାନ୍ଦବାଲି ଏନଏସିର କିଛି ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରିବା ପରେ ଏହି ତଥ୍ୟ ପଦାକୁ ଆସିଛି । ଏହି ଘଟଣାରେ ଚାନ୍ଦବାଲି ମହିଳା ଶିଶୁ ବିକାଶ ଅଧିକାରୀଣୀଙ୍କୁ ଖବର ଦିଆଯିବା ପରେ ଏହା ଉପରେ ସେ କଣ କାର୍ଯ୍ୟନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *