ଓଡ଼ିଶା

ରାଜୁଆରେ ପୋଲ ନିତାନ୍ତ ଆବଶ୍ୟକ: ଅପରାଜିତା

ଭୁବନେଶ୍ବର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ । ଜଟଣୀ ବ୍ଲକ ଅଞ୍ଚଳରେ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳ ବୁଲି ଦେଖିବା ସହିତ ବାରମ୍ବାର ଉକ୍ତ ଅଞ୍ଚଳରେ ହେଉଥିବା ବନ୍ୟା ଜନିତ କ୍ଷୟକ୍ଷତିର ସ୍ଥାୟୀ ସମାଧାନ ପାଇଁ ସରକାରଙ୍କୁ ପତ୍ର ଲେଖିବେ ବୋଲି କହିଛନ୍ତି ଅପରାଜିତା ଷଡ଼ଙ୍ଗୀ।

ଲଘୁଚାପ ଜନିତ ଲଗାଣ ବର୍ଷା ପାଇଁ ଜଟଣୀ ଅଞ୍ଚଳରେ ବନ୍ୟା ସ୍ଥିତି ଦେଖା ଦେଇଛି। ତେଣୁ ସାଂସଦ ଅପରାଜିତା ଷଡଙ୍ଗୀ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି। ସେ ସେଠାରେ ବିଭିନ୍ନ ପ୍ରଭାବିତ ଅଞ୍ଚଳ ବୁଲି ବନ୍ୟା ପ୍ରପୀଡିତଙ୍କ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସାଂସଦ ଏହି ଗସ୍ତ କାଳରେ କହିଛନ୍ତି କି, ଦଶଦିନ ତଳେ ଏଠାର ଲୋକଙ୍କ ସମସ୍ୟାକୁ ହୃଦୟଜ୍ଞମ କରି ସେମାନଙ୍କ ଯାତାୟାତ ପାଇଁ ଏକ ଡ଼ଙ୍ଗା ଦେଇଛୁ । କିନ୍ତୁ ତାହା ସମସ୍ୟାର ସ୍ଥାୟୀ ସମାଧାନ ନୁହେଁ । ସ୍ଥାୟୀ ସମାଧାନ ପାଇଁ ଏଠାରେ ଏକ ପୋଲର ନିତାନ୍ତ ଆବଶ୍ୟକତା ରହିଛି।

ସେ ଆହୁରି କହିଛନ୍ତି ଯେ ଏଠାରେ ୪୦ କୋଟି ଟଙ୍କା ବ୍ୟୟରେ ଦୟାନଦୀରେ ଏକ ବ୍ରିଜ ନିର୍ମାଣ ହେବ ଏବଂ ଏଥିପାଇଁ ଶୁଭ ମଧ୍ୟ ଦିଆସରିଛି। ପ୍ରକୃତରେ ଦୟାନଦୀରେ ଏକ ବ୍ରିଜ ଅଛି ତେଣୁ ଦ୍ୱିତୀୟ ବ୍ରିଜ ୫ କିଲୋମିଟର ପରିସୀମାରେ ହୋଇପାରିବ ନାହିଁ। ଏନେଇ ଦୟାନଦୀ ପରିବର୍ତ୍ତେ ରାଜୁଆ ନଦୀରେ ପୋଲ ନିର୍ମାଣ ପାଇଁ  ଜିଲ୍ଲାପାଳଙ୍କୁ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବେ ବୋଲି କହିଛନ୍ତି ସାଂସଦ।

Leave a Reply

Your email address will not be published.

Back to top button