ତାଳଚେର ଭରତପୁର କୋଇଲାଖଣିର ସମସ୍ତ ଶ୍ରମିକ ସଂଗଠନ ପକ୍ଷରୁ ଏକ ଦାବିପତ୍ର ତାଳଚେର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଅଛି ।ସୂଚନା ଅନୁସାରେ ଦୀର୍ଘ ସାତଦିନ ହେବ ବନ୍ଦ ଥିବା ଭରତପୁର କୋଇଲାଖଣିକୁ ପୁନଃ ଚାଲୁ କରିବାପାଇଁ ଖଣିର ସମସ୍ତ ଶ୍ରମିକ ସଂଗଠନ ପକ୍ଷରୁ ଏକ ଦାବି ପତ୍ର ପ୍ରଦାନ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କିଛି ଦିନ ହେବ ବଡଯୋରଡା ବିସ୍ଥାପିତ ଗ୍ରାମବାସୀ ନିଯୁକ୍ତିପାଇଁ ଖଣିବନ୍ଦ ଆନ୍ଦୋଳନ କରିଥିବାବେଳେ MCL କର୍ତ୍ତୃପକ୍ଷ ଏହାର କୌଣସି ସ୍ଥାୟୀ ସମାଧାନ ନ କରି ଭରତପୁର କୋଇଲା ଖଣିକୁ ସାତ ଦିନହେବ ବନ୍ଦ କରି ରଖିବା ସହ MCL କର୍ତ୍ତୃପକ୍ଷ MCLରେ କାର୍ଯ୍ୟରତ ସମସ୍ତ ଶ୍ରମିକ ସଙ୍ଗଠନକୁ ଡକାଇ କର୍ମଚାରୀଙ୍କୁ ଅନ୍ୟତ୍ର ଖଣିକୁ ସ୍ଥାନାନ୍ତର କରିବା ସହ ଖଣି କର୍ମଚାରୀ ପାଉଥିବା ସମସ୍ତ ସୁବିଧା ସୁଯୋଗରୁ ବଞ୍ଚିତ ରହିବେ ବୋଲି MCL ପକ୍ଷରୁ ଚେତାବନୀ ଦିଆଯାଇଛି । ଖୁବଶୀଘ୍ର ଏହାର ସ୍ଥାୟୀ ସମାଧାନ କରାନଗଲେ ଆଗାମୀ ରାଜରାସ୍ତାକୁ ଓଲ୍ହାଇବାକୁ ଚେତାବନୀ ଦେଇଛନ୍ତି ବିଭିନ୍ନ ଶ୍ରମିକ ସଂଗଠନ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now