ବରଗଡ଼ ଜିଲ୍ଳା ଝାରବନ୍ଧ ବ୍ଳକ ସଲଡିହିରେ ହାତୀ ଆକ୍ରମଣ। ଗୋଟିଏ ପରିବାର ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ସଲଡିହି ଗ୍ରାମର ପାନ ବରିହା, ଝିଅ ସୁନନ୍ଦା ବରିହା ଓ ପୁଅ ଆଦିତ୍ୟ ବରିହା ବୋଲି ଜଣାପଡିଛି। ସ୍ୱାମୀ ବିପିନ ବରିହା ଏବଂ ଆଉ ଜଣେ ପୁଅ ମଣ୍ଟୁ ବରିହା ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଗତକାଲି ବିଲମ୍ବିତ ରାତିରେ ହାତୀପଲ ଘର ପଛପଟୁ ଆସି ପରିବାର ଲୋକଙ୍କୁ ଅତର୍କିତ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ମା ପୁଅ, ଝିଅଙ୍କ ମୃତ୍ୟୁ ଘଟିଥିଲା। ଖବରପାଇ ବନବିଭାଗର ୩ଟି ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now