ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

Spread the love

ନୟାଗଡ ସଦରଥାନା ଅନ୍ତର୍ଗତ ଗୋଳଗୋଳା ଗାଁରେ ସିରିଜ୍ ଚୋରି । ୪ଜଣଙ୍କ ଘରୁ ୨୨ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସୁନାଗହଣା ସହ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଛି। ବିଳମ୍ବିତ ରାତିରେ ଝରକା ଏବଂ କବାଟ ତାଡି ଲୁଟ୍ କରିଛନ୍ତି ଦୁର୍ବୃତ୍ତ । ଗାଁର ସନ୍ତୋଷ ପାଣିଙ୍କ ଘରେ ଚୋରମାନେ ପାଖାପାଖି ୧୫ଲକ୍ଷ ଟଙ୍କାର ସୁନାଗହଣା ସହ ୪୫ହଜାରଟଙ୍କା ଲୁଟିନେଇଥିବା ବେଳେ ଚନ୍ଦ୍ରମଣି ଦାସଙ୍କ ଘରୁ ୬ଲକ୍ଷ ଟଙ୍କାର ସୁନାଗହଣା ସହ ୧୫ହଜାର ଟଙ୍କା ଚୋରି ହୋଇଛି । ସେହିପରି ଗାଁର ସୁଦାମ ଦାସଙ୍କ ଘରୁ ୨୦ହଜାରଟଙ୍କା ସହ କିଛି ରୁପା ଗହଣା ଚୋରି ହୋଇଛି । ଗାଁର ଏକ ରାସନ ଦୋକାନରୁ ମଧ୍ୟ ଚୋରମାନେ ଲକ୍ଷାଧିକ ଟଙ୍କାର ଜିନିଷ ଏବଂ ଟଙ୍କା ଲୁଟିନେଇଛନ୍ତି । ଲୋକ ନଥିବା ଘରକୁ ଟାର୍ଗେଟ୍ କରି ଚୋରି କରିଛନ୍ତି ଦୁର୍ବୃତ୍ତ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପଚରାଉଚରା କରିଥିଲେ ମଧ୍ୟ ତଦନ୍ତ ଆରମ୍ଭ କରିନାହିଁ। ଯାହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *