ଛାତ୍ରୀଙ୍କ ଉପରେ ଚଢ଼ିଗଲା ବାଲି ବୋଝେଇ ଟ୍ରାକ୍ଟର

Spread the love

ଜଳେଶ୍ୱର ବାଲିଆପାଳ ଥାନା ଦକ୍ଷିଣ ମହାବଳା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । କଲେଜ ଛାତ୍ରୀଙ୍କ ଉପରେ ଚଢ଼ିଗଲା ବାଲି ବୋଝେଇ ଟ୍ରାକ୍ଟର। ଘଟଣାସ୍ଥଳରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଛାତ୍ରୀଙ୍କୁ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସାଇକେଲରେ ୨ ଜଣ ଛାତ୍ରୀ କଲେଜ ଯିବା ସମୟରେ ପଛପଟୁ ଟ୍ରାକ୍ଟରଟି ଚଢ଼ିଯାଇଥିଲା। ଘଟଣାସ୍ଥଳରେ ବାଲିଆପାଳ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ଏଥିସହ ଟ୍ରାକ୍ଟର ଜବତ କରି ଡ୍ରାଇଭରକୁ ଅଟକ ରଖିଛି।

Leave a Reply

Your email address will not be published. Required fields are marked *