ବିଜେଡି ଛାଡି ପୁଣି କଂଗ୍ରେସକୁ ଫେରିଲେ ଆରତି ଦେଓ

Spread the love

ଧର୍ମଶାଳା : ଯାଜପୁର ଜିଲା ବରୀ ନିର୍ବାଚନ ମଣ୍ଡଳୀର ମହିଳା ନେତ୍ରୀ ତଥା ବିଜୁ ଜନତା ଦଳର ମହିଳା ଉପସଭାନେତ୍ରୀ ଆରତି ଦେଓ ଆଜି ବିଜୁ ଜନତା ଦଳ ପରିତ୍ୟାଗ କରି ପୁନଃର୍ବାର କଂଗ୍ରେସକୁ ଫେରିଛନ୍ତି । ଆଜି ଭୁବନେଶ୍ୱରସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ନିଜ ସମର୍ଥକମାନଙ୍କ ସହିତ ମିଶ୍ରଣ ପର୍ବରେ ସାମିଲ ହୋଇଥିଲେ । ପିସିସି ସଭାପତି ଶରତ ପଟ୍ଟନାୟକ ତାଙ୍କୁ ଦଳୀୟ ଉତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପିସିସି ସଭାପତିଙ୍କ ସମେତ ବରିଷ୍ଠ ନେତା,କଟକର ଯୁବ ନେତା ମାନସ ଚୌଧୁରୀ,ଯାଜପୁର ଜିଲା କଂଗ୍ରେସ ସଭାପତି ମନୋଜ ରାଉତ,ଯାଜପୁର ବ୍ଲକ ସଭାପତି ଗଦାଧର ଦାସ,ରସୁଲପୁର ବ୍ଲକ ସଭାପତି ମିହିର ମିଶ୍ର ଓ ବରୀ ବ୍ଲକ ସଭାପତି ମନୋଜ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ଶ୍ରୀମତି ଦେଓ ୨୦୧୨ ମସିହାରେ ବରୀ ନିର୍ବାଚନ ମଣ୍ଡଳୀ ୩୬ ନମ୍ବର ଜୋନରୁ କଂଗ୍ରେସରୁ ଜିଲାପରିଷଦ ଟିକେଟ ପାଇ ନିର୍ବାଚନ ଲଢିଥିଲେ । ତେବେ ସେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ୭ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ କରିଥିଲେ । ଏଥି ସହିତ ସେ ରସୁଲପୁର ମହିଳା କଯଂଗ୍ରେସ ସଭାନେତ୍ରୀ,ବାଲେଶ୍ୱର ଓ କେନ୍ଦ୍ରାପଡା ଜିଲାର ଅବଜରଭର,ପ୍ରଦେଶ ମହିଳା ସମ୍ପାଦିକା ଭାବେ ରହିଥିବା ବେଳେ ସେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସେ କଂଗେସ ଛାଡି ବିଜୁ ଜନତା ଦଳରେ ସାମିଲ ହୋଇ ଥିଲେ । ସାମିଲ ହେବ ପରେ ତାଙ୍କୁ ଯାଜପୁର ଜିଲାର ବିଜୁ ମହିଳା ଜନତା ଦଳର ଉପସଭାନେତ୍ରୀ ପଦ ଦିଆଯାଇଥିଲା । ତେବେ ବରୀ ବିଧାୟିକା ସୁନନ୍ଦ ଦାସ ଓ ବରୀ ନିର୍ବାଚନ ମଣ୍ଡଳୀର ସଂଯୋଜକ ଦେବେନ୍ଦ୍ର ଦାସ ତାଙ୍କ ଅଣ ଦେଖା କରିବା ଥିଲେ । ଫଳରେ ସେ ସାଧାରଣ ଜନତାଙ୍କ କୌଣସି କାମ  ନ କରିବାରୁ ସେ ଆଜି ବିଜୁ ଜନତା ଦଳ ପରିତ୍ୟାଗ କରି ପୁନଃର୍ବାର କଂଗେସ ଦଳକୁ ଫେରି ଆସିଛନ୍ତି । ସେ ବହୁ ଖୁସି ଥିବା ସହ ଜନସାଧାରଣଙ୍କ ସମସ୍ୟାକୁ ଗୁରୁତ୍ୱ ଦେବେ ବୋଲି ଶ୍ରୀମତି ଦେଓ ତାଙ୍କ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *