ସ୍କୁଲରେ ଟଙ୍କା ଆଦାୟ, ମନ୍ତ୍ରୀ କହିଲେ ହେବ କାର୍ଯ୍ୟାନୁଷ୍ଠାନ

ଗୋପ: ସରକାରୀ ନିୟମକୁ ଉଲ୍ଲଙ୍ଘନ କରି ଛାତ୍ରଛାତ୍ରୀଙ୍କ ଠାରୁ ଟଙ୍କା ଆଦାୟ । ଏଭଳି ଗୁରୁତର ଅଭିଯୋଗ ଆସିଛି  ଗୋପ ବ୍ଲକ ଅନ୍ତର୍ଗତ ଅଣ୍ତରା-ଇଛାପୁର ପଞ୍ଚାୟତରୁ। ଅଭିଯୋଗ ପରେ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ସମୀର ଦାଶ।

ଗୋପ ବ୍ଲକ ଅନ୍ତର୍ଗତ ଅଣ୍ଡରା-ଇଛାପୁର ପଞ୍ଚାୟତରେ  ଥିବା ନୀଳକଣ୍ଠେଶ୍ଵର ନୋଡାଲ ସ୍କୁଲରେ ପ୍ରଧାନ ଶିକ୍ଷକ ଛାତ୍ରଛାତ୍ରୀଙ୍କଠାରୁ ଅର୍ଥ ଆଦାୟ କରିବା ପରି ଅଭିଯୋଗ ଆସିଛି।  ଗତକାଲି ସ୍କୁଲର ପ୍ରଧାନଶିକ୍ଷକ ବାସୁଦେବ ସାହୁ ମାଟ୍ରିକ ପାସ କରିଥିବା ଛାତ୍ରଛାତ୍ରୀ ମାନଙ୍କ ଠାରୁ ୧୦୦ ଟଙ୍କା ଏବଂ ନବମ ଶ୍ରେଣୀ ପିଲାଙ୍କ ଠାରୁ ୧୬୦ ଟଙ୍କା ବଦଳରେ ୧୨୦ ଅଧିକ ଟଙ୍କା ନେଇଥିଲେ। ଏହାକୁ ନେଇ  ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା। ସରକାରୀ ନିୟମକୁ ଉଲ୍ଲଙ୍ଘନ କରି ପ୍ରଧାନ ଶିକ୍ଷକ ପିଲାଙ୍କ ଠାରୁ ଟଙ୍କା ଆଦାୟ କରିଥିବାରୁ ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ୪ ଶ୍ରେଣୀ କର୍ମଚାରୀ ମଧ୍ୟ ନିଜ ଭୁଲ ମାନି ନେଇଛନ୍ତି।  

ତେବେ ବନ୍ୟା ସତ୍ତ୍ବେ ଛାତ୍ରଛାତ୍ରୀମାନଙ୍କୁ କିପରି ସ୍କୁଲ କର୍ତ୍ତୃପକ୍ଷ ସ୍କୁଲକୁ ଡାକିଲେ ଏବଂ ପିଲାମାନେ ବିପଦ ସଙ୍କୁଳ ଅବସ୍ଥାରେ ସାର୍ଟିଫିକେଟ ନେଲେ ଏସଂପର୍କରେ ମଧ୍ୟ କାର୍ଯାନୁଷ୍ଠାନ ନିଆଯିବ  ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଏପରି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ପ୍ରଧାନଶିକ୍ଷକ ବାସୁଦେବ ସାହୁ ଓ ୪ ଶ୍ରେଣୀ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *