ରାଜଧାନୀରେ ୮ବର୍ଷ ପରେ ଅଜନ୍ତା ସର୍କସ ଆରମ୍ଭ

Spread the love

ଭୁବନେଶ୍ୱର : ଦୀର୍ଘ ୮ବର୍ଷ ପରେ ରାଜଧାନୀ ୟୁନିଟ୍ ୩ ପଦର୍ଶନୀ ପଡ଼ିଆରେ ଚିତାକର୍ଷକ ରୋମାଂକାରୀ ଅଜନ୍ତା ସର୍କସ ଶୁଭାରମ୍ଭ ହୋଇଛି । ୩୫ଦିନ ଧରି ହେବାକୁ ଥିବା ଏହି ସର୍କସରେ ସଂଖ୍ୟାତ୍ମକ ଯୁବକଯୁବତୀମାନଙ୍କର ଚିତାକର୍ଷକ ବିପଦପୂଣ୍ଣ ଖେଳ ପ୍ରଦର୍ଶନ କରାଯାଇଥିଲା । ସର୍କସ ଏକ ଅନ୍ତଃରାଷ୍ଟ୍ରୀୟ ଖେଳ । ବିଦେଶରୁ ଆସି ପୂର୍ବରୁ ଏହି ସର୍କସ ଓଡ଼ିଶାର ବିଭିନ୍ନ ସହରରେ ପ୍ରଦର୍ଶିତ ହେଉଥିଲା । ପ୍ରାକ୍ ଐତିହାସିକ କାଳରେ କର୍ମକ୍ଳାନ୍ତ ଜୀବନରେ ମନୋରଞ୍ଜନ ପାଇଁ ଏହି ସର୍କସକୁ ଦେଖି ମନୋରଞ୍ଜନ କରିଥିଲେ । ଆଫ୍ରିକାନ୍, ରଷିଆନ୍, ମଣିପୁରର କଳାକାରମାନେ ଚିତାକର୍ଷକ ଖେଳ ପ୍ରଦର୍ଶନ କରିଥିଲେ । ଏଥିରେ ଫାୟାର ରିଂ, ଫ୍ଲାଇଂ, ଫାୟାର ଡ୍ୟାନ୍ସ, ସାଇକେଲ ଫ୍ଲାଏ, ରିଂ ବାଲାନ୍ସ, ଜୋକର କମେଡ଼ି ସହ ୩୦ପ୍ରକାର ଖେଳ ପଦର୍ଶନ କରାଯାଇଥିଲା । ଏଥିରେ ଗ୍ଲୋବ ମଟର ସାଇକେଲ୍ ରାଇଡ଼୍ ଅଧିକ ଦର୍ଶକଙ୍କୁ ରୋମାଞ୍ଚ ଭରି ଦେଇଥିଲା । ଏହାକୁ ଅଜନ୍ତା ସର୍କସର ମ୍ୟାନେଜର ବୈକୁଣ୍ଠ ପାତ୍ର ଓ ସଞ୍ଜିତ ଘୋଷାଲ ପରିଚାଳଣା କରିଥିଲେ ।

Leave a Reply

Your email address will not be published. Required fields are marked *