Malkangiriଓଡ଼ିଶା

ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ, କର୍ମା ମୁଦୁଲିଙ୍କୁ ବଢ଼ାଇଲେ ସହାୟତାର ହାତ

ମାଲକାନଗିରି : ଗତକିଛି ଦିନ ଧରି ମେଧାବୀ ଛାତ୍ରୀ କର୍ମା ମୁଦୁଲିଙ୍କ ପାଠପଢା ଖର୍ଚ୍ଚ ବହନ ପାଇଁ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବାର ଦୃଶ୍ୟ ରାଜ୍ୟ ଗଣମାଧ୍ୟମରେ ପ୍ରସାରିତ ହାବାପରେ ପ୍ରଶାସନ ମୁଣ୍ଡକୁ ଶେଷରେ ଚେତା ପଶିଛି । ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସହ ଏକ ଟିମ୍ କର୍ମାଙ୍କୁ ଭେଟି ତାଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝି ଜିଲ୍ଲାପାଳଙ୍କୁ ଏକ ରିପୋର୍ଟ ପ୍ରଦାନ କରିଛନ୍ତି । କର୍ମାଙ୍କ ପାଠପଢ଼ା ଖର୍ଚ୍ଚ ଓ ଉଚ୍ଚ ଶିକ୍ଷା ପାଇଁ ଜିଲ୍ଲା ପ୍ରଶାସନ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ତରଫରୁ ଯୋଗାଇ ଦିଆଯାବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଗତବର୍ଷ ମାଲକାନଗିରି ବଣ୍ଡାଘାଟିର ଝିଅ କର୍ମା ନିଜ କଠୋର ପରିଶ୍ରମ ଓ ପାଠ ପ୍ରତି ନିଷ୍ଠା ବଳରେ ମାଲକାନଗିରି ଜିଲ୍ଲା ଟପ୍ପର ହୋଇପାରିଥିଲେ । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ କର୍ମା ମୁଦୁଲି ଆର୍ଥିକ ଅନାଟନ ଯୋଗୁଁ ଦିନ ମଜୁରିଆ ଭାବେ କାମ କରିବାକୁ ବାଧ୍ୟ ହୋଇଥିଲେ ।

ଗତବର୍ଷ ମାଲକାନଗିରିରେ ୮୨% ରୁ ଅଧିକ ମାର୍କ ରଖି ବାଣିଜ୍ୟରେ ଟପ୍ପର ହୋଇଥିଲେ କର୍ମା ମୁଦୁଲି। ଏହାପରେ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଭୁବନେଶ୍ୱର ରମାଦେବୀ ବିଶ୍ୱବିଦ୍ୟାଳୟରେ ତାଙ୍କର ନାମ ଲାଖାଇଥିଲେ । । କିନ୍ତୁ ପାଠପଢାରେ ବ୍ୟବହୃତ ଆନୁସଙ୍ଗିକ ସାମଗ୍ରୀ ଏବଂ ଉଚ୍ଚ ଶିକ୍ଷା ପାଇଁ ଆବଶ୍ୟକ ହେଉଥିବା ଖର୍ଚ୍ଚ ତାଙ୍କ ପାଖରେ ନାହିଁ ଏବଂ ତାଙ୍କ ପରିବାରର ଆର୍ଥିକ ସ୍ଥିତି ମଧ୍ୟ ସେରୃତେ ସ୍ୱଚ୍ଛଳ ନଥିବା ହେତୁ ସେ ପାଠପଢ଼ିବା ପାଇଁ ମୂଲ ଲାଗିବାକୁ ବାଧ୍ୟ ହୋଇଥିଲେ ।

Leave a Reply

Your email address will not be published.

Back to top button