ଓଡ଼ିଶା

ଆର ଉଦୟଗିରିରେ ଅହିଂସା ରଥ

ଉଦୟଗିରି: ୧୫ ଅଗଷ୍ଟରୁ ସାରା ରାଜ୍ୟରେ ପରିକ୍ରମା କରୁଛି ଅହିଂସା ରଥ। ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଏହି ରଥ ପରିକ୍ରମା କରୁଛି । ତେବେ ଗଜପତି ଜିଲ୍ଲାର ଆର ଉଦୟଗିରିରେ ଅହିଂସା ରଥ ପହଞ୍ଚିବା ପରେ ବ୍ଳକ ପ୍ରଶାସନ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଛି।

ବିରାଟ ତ୍ରୀରଙ୍ଗା ଶୋଭାଯାତ୍ରା କରାଯାଇଥିବା ବେଳେ ବିଭନ୍ନ ସ୍କୁଲ କଲେଜର ଶହଶହ ଛାତ୍ରଛାତ୍ରୀ ଓ ଶହଶହ ଜନ ସାଧାରଣ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଳକ ବିଡ଼ିଓ ଲରିମନ ଖରସେଲଙ୍କ ସହ ବ୍ଲକ ଅଧ୍ୟକ୍ଷ ଓ ପୋଲିସ ଅଧିକାରୀ ମାନେ ପ୍ରଥମେ ଅହିଂସା ରଥକୁ ସ୍ବାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ । ଅହିଂସା ରଥ ପରିକ୍ରମା କରିବା ନେଇ ରାଜ୍ୟ ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି ବିଡ଼ିଓ ଏବଂ ବ୍ଳକ ଅଧ୍ୟକ୍ଷ ।

Leave a Reply

Your email address will not be published.

Back to top button