ଓଡ଼ିଶା

ହୋଲଡିଙ୍ଗ୍ ଟାକ୍ସ ପାଇଁ ବୈଠକରେ ଉଦ୍‌ବେଗ

ଭୁବନେଶ୍ୱର : ବୀର ସୁରେନ୍ଦ୍ର ସାଏ ନଗର ଉନ୍ନୟନ ପରିଷଦର କାର୍ଯ୍ୟନିର୍ବାହୀ ସମିତି ବୈଠକ ସ୍ଥାନୀୟ ଦୁର୍ଗାପୂଜା ମଣ୍ଡପରେ ପରିଷଦର ଉପ-ସଭାପତି ଡ. ଜୟନ୍ତ ପରିଡାଙ୍କ  ସଭାପତିତ୍ୱ ଅନୁଷ୍ଠିତ ହୋଇଯାଇଛି । ହାଇକୋଟଙ୍କ ଆଦେଶ ପରେ ମଧ୍ୟ ମହାନଗର ନିଗମ ୱେବସାଇଟରେ କମିବା ଦରରେ ହୋଲଡିଙ୍ଗ୍ ଟିକସ ସ୍ଥାନିତ ନହେବା ଯୋଗୁଁ କଲୋନୀବାସୀ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ବୋଲି ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା । ସେହି ଭଳି କଲୋନୀ ଭିତରେ ଥିବା ଡ୍ରେନ ଗୁଡିକ ବର୍ଷା ଦିନ ପୁର୍ବରୁ ସଜାଡିବା ଓ ସଫା କରିବା ସହିତ ରଥ ଯାତ୍ରା ପୁର୍ବରୁ ରାସ୍ତା ମରାମତି ପାଇଁ ବୈଠକରେ ଦାବି ହୋଇଥିଲା । ପରିଷଦର ସାଧାରଣ ଅଧିବେଶନ ଆସନ୍ତା ଜୁଲାଇ ମାସ ୯ ତାରିଖରେ ହେବ ବୋଲି ନିଷ୍ପତି ହୋଇଥିବା ବେଳେ ୨୦୨୨-୨୩ ବର୍ଷର ଆର୍ଥୀକ ବିବରଣୀ ବୈଠକରେ ଗୃହିତ ହୋଇଥିଲା ।   ପରିଷଦର ସାଧାରଣ ସମ୍ପାଦକ ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା ଆଜି ପର୍ଯ୍ୟନ୍ତ ହୋଇଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ସହିତ ଗତ ବୈଠକର ବିବରଣୀ ପାଠ କରିଥିଲେ ।  ଯୁଗ୍ମ-ସମ୍ପାଦକ ପ୍ରତାପ କୁମାର ନନ୍ଦ, ଧରଣୀଧର ରାଉତ, ରାମଚନ୍ଦ୍ର ସାମଲ, ଚିନ୍ତାମଣି ବାରିକଙ୍କ ସହିତ କାର୍ଯ୍ୟନିର୍ବାହୀ ସମିତି ସଦସ୍ୟ ତ୍ରିଲୋଚନ ରଥ, ଶଶି ଭୂଷଣ ଦାସ, ବିଜୟ କୁମାର ଦେ ଓ ଇଂ ନଳିନୀ କୁମାର ମହାନ୍ତି  ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ବରିଷ୍ଠ ସଦସ୍ୟ ଡ କୁମୁଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.

Back to top button