ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟିଦିଅଁ : ଆଜିଠୁ ଅଲାରନାଥ ଦର୍ଶନ

Spread the love

ସ୍ନାନମଣ୍ଡପରେ ସୁନାକୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଅଣସର ଘର ଅଣସର ପିଣ୍ଡିରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ମହାପ୍ରଭୁଙ୍କୁ ସୁସ୍ଥ କରିବାକୁ ଅଣସର ପିଣ୍ଡିରେ ଚାଲିଛି ଗୁପ୍ତ ସେବା। ଏହି ଅଣସର ସମୟରେ ବ୍ରହ୍ମଗିରିର ଅଲାରନାଥ ପୀଠ ପାଲଟି ଥାଏ  ଦ୍ୱିତୀୟ ଶ୍ରୀକ୍ଷେତ୍ର । ଏହି ସମୟରେ ପ୍ରଭୁ ଅଲାରନାଥଙ୍କ ଦର୍ଶନ କଲେ ରତ୍ନ ବେଦୀରେ କାଳିଆ ଠାକୁରଙ୍କ ଦର୍ଶନ ସହ ସମାନ ବୋଲି ବିଶ୍ୱାସ ରହିଛି । ତେଣୁ ଆଜି ସକାଳୁ ସକାଳୁ ଅଲାରନାଥଙ୍କ ପୀଠରେ ଦର୍ଶନ ପାଇଁ ଭିଡ଼ ଜମିଛି । ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ମଧ୍ୟ ହୋଇଛି । ନବଯୌବନ ଦର୍ଶନ ଯାଏ ଅଲାରନାଥଙ୍କ ପୀଠରେ ଭିଡ଼ ଜମାଇବେ ଶ୍ରଦ୍ଧାଳୁ ।

ଚଳିତବର୍ଷ ୧୫ ଦିନ ବଦଳରେ ଶ୍ରୀଜିଉଙ୍କ ଅଣସର ନୀତି ୧୩ ଦିନ ଧରି ଚାଲିବ। ଏହି ସମୟରେ ଶ୍ରୀଜିଉଙ୍କ ବଦଳରେ ପଟିଦିଅଁ ପୂଜା ପାଇବେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରୂପରେ ଅନନ୍ତ ନାରାୟଣ, ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ରୂପରେ ଅନନ୍ତ ବାସୁଦେବ ଓ ଦେବୀ ସୁଭଦ୍ରାଙ୍କ ରୂପରେ ମା’ ଭୁବନେଶ୍ୱରୀ ପୂଜା ପାଇବେ । ପଟିଦିଅଁଙ୍କ ସହ ଦୋଳଗୋବିନ୍ଦ, ମଦନମୋହନ, ଲକ୍ଷ୍ମୀ, ସରସ୍ୱତୀ, ରାମ, କୃଷ୍ଣ ଓ ନୃସିଂହ ଭଗବାନଙ୍କ ପଟିଦିଅଁ ବି ପୂଜା ପାଇବେ।

Leave a Reply

Your email address will not be published. Required fields are marked *