ଶବ ଚିହ୍ନଟ ପାଇଁ ସରକାର ଙ୍କ ପକ୍ଷରୁ ହେଲ୍ପ ଡେସ୍କ ମାଧ୍ୟମରେ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି – ଅନୁ ଗର୍ଗ

Spread the love

ଭୁବନେଶ୍ୱର : ଡାକ୍ତରଖାନାରେ ବାଲେଶ୍ବର ଜିଲ୍ଲାର ବାହାନଗାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀ ମାନଙ୍କର ଶବ ଚିହ୍ନଟ ପାଇଁ ସରକାର ଙ୍କ ପକ୍ଷରୁ ହେଲ୍ପ ଡେସ୍କ ମାଧ୍ୟମରେ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି ବୋଲି କହିଛନ୍ତି ଉନ୍ନୟନ କମିଶନର ଅନୁ ଗର୍ଗ ।

ସେ କହିଛନ୍ତି ଯେ ପ୍ରତ୍ୟେକ ହସ୍ପିଟାଲ ରେ ଲୋକ ଅଛନ୍ତି। ଶବ ଚିହ୍ନଟ ପାଇଁ ପ୍ରକିୟା ଜାରି ରହିଛି। ସରକାର ଙ୍କ ପକ୍ଷରୁ ହେଲ୍ପ ଡେସ୍କ ମାଧ୍ୟମରେ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି। କିଛି ଅସୁବିଧା ରହିଛି ଯାହା ସଜାଡ଼ିବାକୁ ପ୍ରୟାସ ଜାରି ରହିଛି। ମାସ୍ କାଜୁଆଲଟି ରେ କିଛି ଅସୁବିଧା ରହେ। ଲୋକେ କିଭଳି ହଇରାଣ ନହେବେ ସେଥି ନେଇ ସମସ୍ତ ଅଫିସର, ଭାରତ ସରକାର ଙ୍କ ଅଧିକାରୀ ଏବଂ ରେଳ ବାଇ ର ଅଧିକାରୀ ଚେଷ୍ଟିତ ଅଛନ୍ତି । ଦିଲ୍ଲୀରୁ ଭାରତ ସରକାରଙ୍କ ସ୍ଵତନ୍ତ୍ର ଟିମ ଶବ ସଂରକ୍ଷଣ ପାଇଁ ଆସିଛନ୍ତି । ମୃତଦେହ କୁ କିଛି ଅଧିକ ଦିନ ସଂରକ୍ଷଣ ପାଇଁ ସେମାନେ ଚେଷ୍ଟା କରୁଛନ୍ତି ବୋଲି ସେ କହୁଛନ୍ତି ।

Leave a Reply

Your email address will not be published. Required fields are marked *