Balasoreଓଡ଼ିଶାଦୁର୍ଘଟଣାସ୍ୱାସ୍ଥ୍ୟ

ରାସ୍ତାରେ 24ଘଣ୍ଟା ପଡି ରିହିଲା ଆମ୍ୱୁଲାନ୍ସ

ବାଲେଶ୍ୱର: ରାସ୍ତାରେ ପମ୍ପଚର ଅବସ୍ଥାରେ ପଡି ରହିଲା ଆମ୍ୱୁଲାନ୍ସ । ରୋଗୀ ଥିବା ଅବସ୍ଥାରେ ଘଟିଛି ଏଭଳି ଅଘଟଣ । ଘଟଣାଟି ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସଜନାଗଡ ଠାରେ । ରାସ୍ତାରେ ହସ୍ପିଟାଲକୁ ଯାଉଥିବାବେଳେ ହଠାତ ଆମ୍ବୁଲାନ୍ସ ଟାୟାର ଫାଟିଯିବା କାରଣରୁ ଫସିରହିଛି ଆମ୍ୱୁଲାନ୍ସ । ଘଟଣାକୁ 24 ଘଣ୍ଟାରୁ ଅଧିକ ସମୟ ହୋଇସାରିଥିଲେ ମଧ୍ୟ କୌଣସି ପ୍ରକାର ସମାଧାନ ହୋଇପାରି ନାହିଁ ।

ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ୱର ବରମପୁରରେ ଥିବା 108 ଆମ୍ବୁଲାନ୍ସ ସୋମବାର ଜଣେ ରୋଗୀକୁ ନେଇ ନୀଳଗିରି ଆସୁଥିବାବେଳେ  ଟାୟାରଟି ଫାଟିଯାଇଥିଲା । ଏହି ଅବସ୍ଥାରେ ରୋଗୀ ଓ ତାଙ୍କ ସମ୍ପର୍କୀୟ ରାସ୍ତା କଡରେ ସେମିତି ଆମ୍ବୁଲାନ୍ସରେ ପଡିରହିଥିଲେ । ପରେ ସେମାନଙ୍କୁ ଅନ୍ୟଏକ ଆମ୍ୱୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା ।

ଏଭିତରେ ଘଟଣାକୁ 24 ଘଣ୍ଟା ବିତିଯାଇଥିଲେ ବି ଏପର୍ଯ୍ୟନ୍ତ ଆମ୍ୱୁଲାନ୍ସଟି ଠିକ ହୋଇପାରିନି । ଆମ୍ବୁଲାନ୍ସଟି ରାସ୍ତାକଡରେ ସେମିତି ଛିଡାହୋଇଥିବାବେଳେ ଆମ୍ବୁଲାନ୍ସ କର୍ମଚାରୀମାନେ ନିଜକ ଅସହାୟ ମନେକରୁଛନ୍ତି ।

Leave a Reply

Your email address will not be published.

Back to top button