ଶ୍ରୀମନ୍ଦିରରେ ଆମିକସକ୍ୟୁରୀଙ୍କ ସମୀକ୍ଷା

ପୁରୀ: ଓଡିଶା ହାଇକୋର୍ଟର ଆମିକସକ୍ୟୁରୀ ଏନ କେ ମହାନ୍ତି ପୁରୀ ଗସ୍ତରେ ଆସି ଶ୍ରୀ ମନ୍ଦିରରେ ଶ୍ରୀ ଜୀଉଙ୍କ ଦର୍ଶନ କରିବା ସହ ବିଭିନ୍ନ ସ୍ଥାନ ସମୀକ୍ଷା କରିଛନ୍ତି। ଶ୍ରୀ ମନ୍ଦିର ନାଟ ମଣ୍ଡପ ଓ ଗର୍ଭ ଗୃହ କିପରି ଅଛି ପଚାରି ବୁଝିବା ସହ ଶ୍ରୀ ମନ୍ଦିର କାର୍ଯ୍ୟାଳୟ ଠାରେ ଶ୍ରୀ ମନ୍ଦିର ଉନ୍ନୟନ ପ୍ରଶାସକ ଓ ASI ଅଧିକାରୀଙ୍କ ସହ ବୈଠକ କରି ଶ୍ରୀ ମନ୍ଦିର ସ୍ଥିତି ଓ ବିଭିନ୍ନ ସ୍ଥାନ ରେ ଚାଲୁଥୁବା ମରାମତି କାର୍ଯ୍ୟ ର ସମୀକ୍ଷା କରିଛନ୍ତି। ଏଥିସହ ଆଗାମୀ ଦିନରେ ASI ପକ୍ଷରୁ ଶ୍ରୀ ମନ୍ଦିର ସୁରକ୍ଷା କୁ ନେଇ କି ପଦକ୍ଷେପ ନିଆଯିବ ତାହା ଆଲୋଚନା କରିଥିଲେ।
ଅଦାଲତଙ୍କ ନିର୍ଦେଶ କ୍ରମେ ଆମିକସକ୍ୟୁରି ଏନ. କେ .ମହାନ୍ତି ପୁରୀରେ ପହଞ୍ଚି ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଓ ମରାମତି ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ କରିଛନ୍ତି। ବୈଠକ ପରେ ଶ୍ରୀମନ୍ଦିର ଯାଇ କାମର ଅନୁଧ୍ୟାନ କରିଛନ୍ତି ଆମିକସକ୍ୟୁରି। ଆସନ୍ତା ୮ ଦିନ ଭିତରେ ବୈଠକ ସମ୍ପର୍କରେ ହାଇକୋର୍ଟଙ୍କୁ ରିପୋର୍ଟ ପ୍ରଦାନ କରିବା ସହ ନାଟମଣ୍ଡପ ବିମ୍ ରେ ସୃଷ୍ଟ ଫାଟର ମରାମତି ଖୁବ ଶୀଘ୍ର ଆରମ୍ଭ କରିବାକୁ ମତ ରଖିଛନ୍ତି ଆମିକସକ୍ୟୁରି।
ସେହିପରି ଗର୍ଭଗୃହ,ଜଗମୋହନ ,ଭୋଗମଣ୍ଡପ ମରାମତି କାର୍ଯ୍ୟର ମଧ୍ୟ ଅନୁଧ୍ୟାନ କରିଥିବା ବେଳେ ଭିତର ରତ୍ନଭଣ୍ଡାର ମରାମତି ନେଇ କୌଣସି ଆଲୋଚନା କରାଯାଇନଥିବା ସୂଚନା ମିଳିଛି। ତେବେ ଏଏସଆଇ ପକ୍ଷରୁ କଣ କଣ ମରାମତି କରାଯାଇଛି,ସେ ସବୁର ସ୍ଥିତି କଣ ରହିଛି ,ଆଉ କଣ ମରାମତି କରାଯିବ,କେବେ ଓ କିଭଳି କରାଯିବ ତାର ଖସଡ଼ା ପ୍ରସ୍ତୁତ ହୋଇଥିବା ବେଳେ ଶ୍ରୀମନ୍ଦିର ରୋଷଘର ଓ ସ୍ନାନମଣ୍ଡପର ପଥର ପରିବର୍ତ୍ତନ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି। ଅନ୍ୟପଟେ ବୈଠକରେ ରତ୍ନଭଣ୍ଡାର କଥା କିଛି ଆଲୋଚନା କରାଯାଇନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ବିଭିନ୍ନ ସମୟରେ ଅନେକ ବୈଠକ ହେଲେ ମଧ୍ୟ ରତ୍ନଭଣ୍ଡାର ପ୍ରସଙ୍ଗ ରେ ଆଲୋଚନା ହେଉନାଥୁବାରୁ ରତ୍ନଭଣ୍ଡାର ସ୍ଥିତି କିପରି ରହିଛି ତାହା ଏବେ ସନ୍ଦେହ ଘେର ରେ L
ପିଣ୍ଟୁ ସାହୁଙ୍କ ରିପୋର୍ଟ