ପହିଲି ରଜରେ ଆମିଷ ବଜାର ଭିଡ଼…

Spread the love

ଆଜି ପହିଲି ରଜ। ପହିଲି ରଜ ଶୁକ୍ରବାରରେ ପଡ଼ିଥିବାରୁ ଆମିଷ ବାର ଥିବାରୁ ଆମିଷ ବଜାରରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେଣୁ ଭଲ ବ୍ୟବସାୟ ଆଶାରେ ରହିଛନ୍ତି ବ୍ୟବସାୟୀ । ଆଜି ଓ ରବିବାର ଶେଷ ରଜରେ ଆମିଷ ବେପାର ବଢିବାର ଆଶା ରଖିଛନ୍ତି ବ୍ୟବସାୟୀ । ଭୁବନେଶ୍ୱର ୟୁନିଟ୍-୪, ୟୁନିଟ୍-୮ ସମେତ ବିଭିନ୍ନ ମାର୍କେଟ୍ରେ ସକାଳୁ ସକାଳୁ ଲୋକଙ୍କ ଗହଳି ହୋଇଛି । ଆମିଷ ବଜାରରେ ସାଧାରଣତଃ ବୁଧବାର ଓ ରବିବାର ଭଲ ବେପାର ହେଉଥିବା ବେଳେ ଆଜି ପହିଲି ରଜ ଥିବାରୁ ଲୋକେ ଆମିଷ କିଣିବା ପାଇଁ ଭିଡ଼ ଜମାଇଛନ୍ତି ।

Leave a Reply

Your email address will not be published. Required fields are marked *